Home Breaking News / ତାଜା ଖବର ବଳଙ୍ଗା ଥାନାରେ କାହିଁକି ଘଟିଲା ବିସ୍ଫୋରଣ, କେନ୍ଦ୍ରାଂଚଳ ଆଇଜି କହିଲେ କାରଣ

ବଳଙ୍ଗା ଥାନାରେ କାହିଁକି ଘଟିଲା ବିସ୍ଫୋରଣ, କେନ୍ଦ୍ରାଂଚଳ ଆଇଜି କହିଲେ କାରଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପୁରୀ ଜିଲ୍ଲାର ବଳଙ୍ଗା ଥାନାରେ କାହିଁକି ଘଟିଲା ଭୟଙ୍କର ବିସ୍ଫୋରଣ, ଏନେଇ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କେନ୍ଦ୍ରାଂଚଳ ଆଇଜି ନରସିଂହ ଭୋଳ । କେନ୍ଦ୍ରାଂଚଳ ଆଇଜି ବଳଙ୍ଗା ଥାନାର ଭାଙ୍ଗି ଯାଇଥିବା କୋଠା ସହିତ ବିସ୍ଫୋରଣ ସ୍ଥଳ ବୁଲି ଦେଖିବା ସହିତ ବଳଙ୍ଗା ଥାନା ଆଇଆଇସି ଓ ପୁରୀ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଏହି ଗସ୍ତ ସମୟରେ ଗଣମାଧ୍ୟମର ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ରାଂଚଳ ଆଇଜି । ସେ କହିଛନ୍ତି ବଳଙ୍ଗା ଥାନାରେ ପୂର୍ବରୁ କୌଣସି ଏକ ମାମଲାରେ ବିସ୍ଫୋରକ ଜବତ ହୋଇ ଥାନାର ମାଲଖାନାରେ ରଖାଯାଇଥିଲା । ଯାହା ଗତକାଲି ରାତି ପ୍ରାୟ ୧୨ଟା ୧୫ ମିନିଟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ତେବେ କିପରି ଏହା ବିସ୍ଫୋରଣ ହେଲା, କେଉଁ ମାମଲାରେ ଏହା ଜବତ ହୋଇଥିଲା, ସେନେଇ ତଦନ୍ତ କରାଯିବ ବୋଲି କେନ୍ଦ୍ରାଂଚଳ ଆଇଜି କହିଛନ୍ତି । ଗତକାଲି ମଧ୍ୟରାତ୍ରିରେ ଘଟିଥିବା ଏହି ବିସ୍ଫୋରଣରେ କୌଣସି କର୍ମଚାରୀ ମୃତାହତ ହୋଇନଥିବା ଜଣାପଡିଛି ।

related posts

Leave a Comment