Home Breaking News / ତାଜା ଖବର ଦିବଂଗତ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଙ୍କୁ ଫିରିଙ୍ଗିଆ ପ୍ରେସ୍ କ୍ଳବ ତରଫରୁ ଶ୍ରଦ୍ଧାଞ୍ଜଳି

ଦିବଂଗତ ସାମ୍ବାଦିକ ସ୍ୱର୍ଗତ ଅରିନ୍ଦମ ଦାସ ଓ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଙ୍କୁ ଫିରିଙ୍ଗିଆ ପ୍ରେସ୍ କ୍ଳବ ତରଫରୁ ଶ୍ରଦ୍ଧାଞ୍ଜଳି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 28/9(ସୁନୀଲ ପଟନାୟକ): କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ପିତ୍ତାବାଲି ମନ୍ଦିର ପ୍ରାଙ୍ଗଣରେ ଫିରିଙ୍ଗିଆ ପ୍ରେସ କ୍ଲବ ତରଫ ରୁ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସ ଓ ସହିଦ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି. ଫିରିଙ୍ଗିଆ ପ୍ରେସ କ୍ଲବ ସଭାପତି ସୁବ୍ରତ କୁମାର ମହାନ୍ତି ଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲ ନ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଫିରିଙ୍ଗିଆ ଥାନ ଅତରିକ୍ତ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ. ସମାଜ ସେବି ପ୍ରଦୀପ କୁମାର ମହାପାତ୍ର. ସଞ୍ଜୟ କୁମାର ଡିଗାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ. ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସମ୍ପାଦକ ଉତ୍ତମ ଖମାରୀ ଙ୍କ ସହ ସାମ୍ବାଦିକ ସଞ୍ଜୟ କୁମାର ସାହୁ. ସୁଧାଂଶୁ କୁମାର କଁହଁର. ମୋନଜ କୁମାର ସାହୁ. ରାଜେଶ କୁମାର ଡିଗାଲ. ପିତ୍ତାବାଲି ମନ୍ଦିର ମୁଖ୍ୟ ପୂଜକ ସତ୍ୟନାରାୟଣ ଭୁକ୍ତା. ପୋଲିସ ଏଏସଆଇ ଉଦୟନାଥ ଅଚର୍ଯ୍ୟା. ସ୍ବେଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁ ର ସମସ୍ତ ସଦସ୍ୟ ଓ ପ୍ରେସ କ୍ଲବ ର ସମସ୍ତ ସଦଶ୍ୟ ଉପସ୍ଥିତ ଥିଲେ. ଏହି ଅବସରରେ ଦିବଂଗତ ଆତ୍ମା ମାନଙ୍କର ସଦଗତି କାମନା କରିବା ସହ ତାଙ୍କର ସୃତି ଚରଣ କରାଯାଇଥିଲା.

related posts

Leave a Comment