Home Breaking News / ତାଜା ଖବର ପଂଜାବ ରାଜନୀତିରେ ଝଡ, ପିସିସି ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା

ପଂଜାବ ରାଜନୀତିରେ ଝଡ, ପିସିସି ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଂଜାବ କଂଗ୍ରେସରେ ଭୂକମ୍ପ । ଆଜି ପଂଜାବ ପ୍ରଦେଶ କଂଗ୍ରେସର ସଭାପତି ନଭଜୋତ୍ ସିଂହ ସିଦ୍ଧୁ ପିସିସି ସଭାପତି ପଦରୁ ହଠାତ୍ ଇସ୍ତଫା ଦେଇଛନ୍ତି । ସିଦ୍ଧୁଙ୍କ ଏପରି ହଠାତ୍ ଇସ୍ତଫା ଚଣ୍ଡିଗଡରୁ ଦିଲ୍ଲୀ ଯାଏଁ କମ୍ପନ ସୃଷ୍ଟି କରିଛି । କିଛି ଦିନ ତଳେ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇଥିବା ପଂଜାବ । ଏହା ପରେ ଲାଗୁଥିଲା ପଂଜାବ କଂଗ୍ରେସରେ ବିବାଦ ଥମିବ । ତେବେ ଅନ୍ତଃକନ୍ଦଳ ଏବେ ପୁଣି ଆସିଛି ପଦାକୁ । ସିଦ୍ଧୁ ପିସିସି ସଭାପତି ପଦ ଛାଡିବା ପରେ ସେତ୍ପେ ବିଜେପି ଏହାକୁ ନେଇ କଟାକ୍ଷ କରିଛି । ସିଦ୍ଧୁ ପଂଜାବରେ ଦଳିତ ମୁଖ୍ୟମନ୍ତ୍ରୀ ଚିନ୍ନିଙ୍କୁ ବରଦାସ୍ତ କରି ନପାରି ନିଜ ପଦ ଛାଡିଛନ୍ତି । ସିଦ୍ଧୁ ନିଜକୁ ସୁପର ସିଏମ୍ ବୋଲି ଭାବୁଥିଲେ । ନିଜ ଲୋକଙ୍କୁ ବଡ ବଡ ପଦରେ ରଖିବାକୁ ଚାହୁଁଥିଲେ । ହେଲେ ନୂଆ କ୍ୟାବିନେଟରେ ତାହା ହୋଇନପାରିବାରୁ ଏବେ ସେ ପଦ ଛାଡିଛନ୍ତି । ଏପରି କରି ସିଦ୍ଧୁ ପଂଜାବରେ ସ୍ଥିର ସରକାରକୁ ଅସ୍ଥିର କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପଂଜାବ ବିଜେପି ନେତା ତରୁଣ ଚୁଗ୍ ।

related posts

Leave a Comment