Home Breaking News / ତାଜା ଖବର ଫୁଲବାଣୀ କୃଷିବିଭାଗ ଛକ ରାସ୍ତା ମରଣ ଯନ୍ତା ପାଲଟିଛି

ଫୁଲବାଣୀ କୃଷିବିଭାଗ ଛକ ରାସ୍ତା ମରଣ ଯନ୍ତା ପାଲଟିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ-୨୮/୯(ସୁନୀଲପଟନାୟକ)
ସରକାର ଜନସାଧାରଣ ଗମନାଗମନର ସୁବ୍ୟବସ୍ଥା ପାଇଁ ରାସ୍ତା ମରାମତି ଓ ନୂତନ ରାସ୍ତା ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ହେଲେ ରାସ୍ତା ଅବସ୍ଥାରେ ସୁଧାର ଆସୁନି ।
ଏ ଭଳି ଅବସ୍ଥା ଦେଖିବାକୁ ମିଳିଛି ଫୁଲ ବାଣୀ ବ୍ରହ୍ମପୁର ମୁଖ୍ୟ ରାସ୍ତାର କୃଷି କାର୍ଯ୍ୟାଳୟ ସମ୍ମୁଖରେ। ଏହି ସମ୍ମୁଖ ରାସ୍ତାର ୧୦୦ମିଟର ପାଖାପାଖି ରାସ୍ତା ଖାଲି ଢିପ ରେ ଭର୍ତ୍ତି ହୋଇଛି । ସେହିପରିପିଚୁ ମଧ୍ୟ ଉଠିଯାଇଥିବା ଦେଖିବାକୁ ମିଳୁଛି। ହେଲେ ଏହି ରାସ୍ତାର ମରାମତି କରିବା ପାଇଁ ବହୁବାର ଦାବୀ ହୋଇଆସୁଥିଲେ ମଧ୍ଯ ପୁର୍ତ୍ତ ବିଭାଗ ଶୁଣୁନଥିବା ଅଭିଯୋଗ ହେଉଛି ।
ରାସ୍ତା ମରାମତି ହେଉନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଛି ।
ଏଥିସହିତ ଏହି ରାସ୍ତା ମୁଖ୍ୟ ରାସ୍ତା ହୋଇଥିବା ସହ ବିଭିନ୍ନ ସରକାରି କାର୍ଯ୍ୟାଳୟ, ସରକାରୀ ମହାବିଦ୍ୟାଳୟ ,
,ସର୍କିଟ ହାଉସ,ରିଜର୍ଭ ପୋଲିସ କଲେ । ନୀ,ଦଧିବାମନ ମନ୍ଦିର ଆଦି ରହିଥିବାରୁ ପ୍ରବଳ ଯାନବାହାନ ଯିବା ଆସିବା କରୁଛି ଏହି ରାସ୍ତାରେ । ତେବେ ଖାଲଖମା ଯୋଗୁ ବର୍ଷାରେ ପାଣି ମଧ୍ୟ ଜମୁଛି ।
ଏଣୁ .ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ପ୍ରମୁଖ ଏଥି ପ୍ରତି ଦୃଷ୍ଟି ଦେବାକୁ ସହର ବାସୀ ଦାବୀ କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ କୁ ଯୋର ଦାର କର। ଯିବ ବୋଲି ମିଳିତ ନାଗରିକ ମଞ୍ଚ ଆବାହକ ସୂଚନା ଦେଇଛନ୍ତି ।

related posts

Leave a Comment