Home Breaking News / ତାଜା ଖବର ହାର୍ଦ୍ଦିକ ଓ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂରେ ପଂଜାବକୁ ୬ ୱିକେଟରେ ହରାଇଲା ମୁମ୍ୱାଇ

ହାର୍ଦ୍ଦିକ ଓ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂରେ ପଂଜାବକୁ ୬ ୱିକେଟରେ ହରାଇଲା ମୁମ୍ୱାଇ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଇଣ୍ଡିଆନ ପ୍ରିମିୟର ଲିଗରେ ସୌରଭ ତିୱାରୀଙ୍କ ପରେ ଗର୍ଜିଲା ହାର୍ଧିକ ପାଣ୍ଡ୍ୟା ଓ କେରଣ ପୋଲାର୍ଡଙ୍କ ବ୍ୟାଟ୍ । ୧୩୬ ରନକୁ ପିଛା କରୁଥିବା ମୁମ୍ୱାଇକୁ ଗୋଟିଏ ଓଭର ବାକି ଥାଇ ମ୍ୟାଚ୍ ଜିତାଇଲେ ହାର୍ଧିକ ପାଣ୍ଡ୍ୟା । ୧୯ ତମ ଓଭରରେ ହାର୍ଦିକ ପାଣ୍ଡ୍ୟା ସାମିଙ୍କୁ ଗୋଟିଏ ଚୌକା ଓ ଛକା ମାରି ମୋଟ୍ ୧୭ ରନ୍ ସଂଗ୍ରହ କରି ଦଳକୁ ବିଜୟ ଦେଇଥିଲେ । ଫଳରେ ପଂଜାବ କିଙ୍ଗସକୁ ୬ ୱିକେଟରେ ପରାସ୍ତ କରି ମୁମ୍ୱାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ପଂଚମ ବିଜୟ ହାସଲ କରି ପଏଂଟ ଟେବୁଲରେ ୧୦ ପଏଂଟ ପାଇ ପଂଚମ ସ୍ଥାନକୁ ଆସିଛି । ଏହି ବିଜୟ ସହିତ ମୁମ୍ୱାଇ ଇଣ୍ଡିଆନ୍ସ ନକଆଉଟ ଆଶା ବଜାୟ ରଖିଛି । ମୁମ୍ୱାଇ ଇଣ୍ଡିଆନ ୍ସ ୧୯ ଓଭରରେ ୪ ୱିକେଟ ହରାଇ ୧୩୭ ରନ୍ କରି ବିଜୟ ହାସଲ କରିଥିଲା ।
ପ୍ରଥମେ ବ୍ୟାଟିଂ କରି ପଂଜାବ ୬ ୱିକେଟ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା । ଏହାକୁ ପିଛି କରି ମୁମ୍ୱାଇ ପକ୍ଷରୁ ରୋହିତ ଶର୍ମା ୮ , ଡିକକ ୨୭ , ସୂ ର୍ଯ୍ୟକୁମାର ୦ , ସୌରଭ ତିୱାରୀ ୪୫ ରନ୍ ସ୍କୋର କରି ପ୍ୟାଭିଲିୟନ ଫେରିଥିଲେ । ଶେଷ ଭାଗରେ ଦମ ଦେଖାଇଥିଲେ ହାର୍ଦିକ ଓ ପୋଲାର୍ଡ । ହାର୍ଦ୍ଦିକ ପାଣ୍ଡ୍ୟା ୪୦ ଓ ପୋଲାର୍ଡ ୧୯ ରନରେ ଅପରାଜିତ ରହି ଦଳକୁ ଜରୁରୀ ବିଜୟ ଦେଇଥିଲେ । ପଂଜାବ ପକ୍ଷରୁ ବିଷ୍ଣୋଇ ୨ଟି , ସାମି ଓ ନାଥନ ଇଲିସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

related posts

Leave a Comment