Home Breaking News / ତାଜା ଖବର ପୋକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ

ପୋକଡ଼ାଝର ଜଳ ପ୍ରପାତରେ ବୁଡି ଜଣେ ନିଖୋଜ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ 28/9(ସୁନୀଲ ପଟନାୟକ )କନ୍ଧମାଳ ଜିଲା ପୋକଡ଼ାଝର ଜଳ ପ୍ରପାତରେ ଜଣେବ୍ୟବସାୟି ଦୀର୍ଘ 4 ଘଣ୍ଟା ଧରି ନିଖୋଜ ହୋଇଥିବା ଜଣାପଡିଛି। ଫିରିଙ୍ଗିଆ ରେ କାର୍ଯ୍ୟରତ ଦୁଇ ଡାକ୍ତର ସମେତ ବ୍ରହ୍ମପୁର ର ଜଣେ କପଡା ବ୍ୟବସାୟ ଓ ତାଙ୍କ ପତ୍ନୀ ମିସି ଚାରି ଜଣ ଏହି ଜଳ ପ୍ରପାତକୁଆଜି ବୁଲିଯାଇଥିଲେ। ପାଣିରେ ତିନି ଜଣ ଗାଧୋଉ ଥିବାବେଳେ ଜଣଙ୍କର ପାଣିରେ ଗୋଡ ଖସି ଯିବାରୁ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଖବର ପାଇ ଅଗ୍ନି ଶ୍ରମ ବିଭାଗ ଓ ଟିମ ହୁମାନିଟି ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି 4 ଘଣ୍ଟା ଧରି ଖୋଜ ଖୋଜି କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ବ୍ୟବସାୟୀ ଙ୍କର ପତା ମିଳି ନାହିଁ।

related posts

Leave a Comment