Home Breaking News / ତାଜା ଖବର ଚାନ୍ଦୋଳ ପୋଲିସ 12 ଘଣ୍ଟାରେ କେନ୍ଦ୍ରାପଡାରେ ନିଖୋଜ ନାବାଳିକାକୁ ଉଦ୍ଧାର କରିଛନ୍ତି

ଚାନ୍ଦୋଳ ପୋଲିସ 12 ଘଣ୍ଟାରେ କେନ୍ଦ୍ରାପଡାରେ ନିଖୋଜ ନାବାଳିକାକୁ ଉଦ୍ଧାର କରିଛନ୍ତି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କେନ୍ଦ୍ରାପଡ଼ା(ସୁନୀଲ ସାହୁ): କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳଫାଣ୍ଡି ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଅଞ୍ଚଳର ଜଣେ ନିଖୋଜ ନାବାଳିକାକୁ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କରି ଫାଣ୍ଡି ଅଧିକାରୀ ସୌମ୍ୟରଂଜନ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ପ୍ରକାଶ ଯେ, ଶନିବାର ସକାଳେ ନାବାଳିକା ଜଣଙ୍କ ସଉଦା ଆଣିବା ବହାନାରେ ନିକଟସ୍ଥ ବଜାରକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର କିଛି ପତ୍ତା ପାଇନଥିଲେ। ପରେ ରାତି ୧୧ଟାରେ ଚାନ୍ଦୋଳ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧୀକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଏତଲା ଗ୍ରହଣ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ରାତିରେ ସଙ୍ଗେ ସଙ୍ଗେ ଶ୍ରୀ ପାଣିଗ୍ରାହୀ ତାଙ୍କ ସହଯୋଗୀ ସୁଶିଲ କୁମାର ରାଉତ, ମହିଳା କନଷ୍ଟେବଳ ମମତା ମିଶ୍ର, ସାଇବର ଡିପାରର୍ତ୍ମେଣ୍ଟ ଅଭିଜିତ ଦାସ ଙ୍କ ସହଯୋଗରେ ଏକ ଟିମ୍ ପ୍ରସ୍ତୁତ କରି ନାବାଳିକାର ମୋବାଇଲ ଟ୍ରାକିଂ କରି
କେନ୍ଦୁଝର ଜିଲ୍ଲାର ଶୋସୋ ଥାନା ଅଧୀନ ଏକ ଜଙ୍ଗଲୀ ବସ୍ତି ଅଞ୍ଚଳରେ ଥିବା ଜାଣିବାକୁ ପାଇଥିଲେ ଏବଂ ସଫଳ ମଧ୍ଯ ହେଲେ ନାବାଳିକାକୁ ଉଦ୍ଧାର କରି ରବିବାର କେନ୍ଦ୍ରାପଡ଼ାସ୍ଥିତ ରେସରେ ଛାଡ଼ିଥିବା ଫାଣ୍ଡି ଅଧୁକାରୀ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ
କେନ୍ଦ୍ରାପଡ଼ା ସଦର ଥାନାରେ କେସ୍ ନଂ. ୫୩୩ | ୨୧ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

related posts

Leave a Comment