Home Breaking News / ତାଜା ଖବର ମା ଗର୍ଭରୁ ଜନ୍ମ ନେଲା ଗୋଡ଼ ବିହୀନ କନ୍ୟା ସନ୍ତାନ

ମା ଗର୍ଭରୁ ଜନ୍ମ ନେଲା ଗୋଡ଼ ବିହୀନ କନ୍ୟା ସନ୍ତାନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋକସରା /(ଦେବେନ୍ଦ୍ର ସାଗର )ଦୁନିଆରେ ଅନେକ ଅଦ୍ଭୁତ ମାମଲା ସାମ୍ନା କୁ ଆସିଥାଏ l ଗର୍ଭ ରେ କୌଣସି ପ୍ରକାର ଅଭାବ କାରଣରୁ ଶିଶୁର ଆକୃତି ଏବଂ ଅସମ୍ପୂର୍ଣ ଅବସ୍ଥାରେ ଜନ୍ମ ନେଇଥାନ୍ତି l ଲୋକେ ଏହାକୁ ଭଗବାନ ଙ୍କ ଉପହାର ମାନନ୍ତି l ଜନ୍ମର ଏହି ଅଦ୍ଭୁତ ମାମଲା ନା କେବଳ ପଶୁ ଠାରେ ଦେଖିବାକୁ ମିଳିଥାଏ ବରଂ ମଣିଷ ଠାରେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଥାଏ l

ଏମିତି ଏକ ଅଦ୍ଭୁତ ଶିଶୁ ଜନ୍ମ ନେଇଥିବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଡ଼ଙ୍ଗରିଗୁଡା ଗ୍ରାମରେ l ଏହି ଗ୍ରାମର ପ୍ରଭାକର ଲହଜଳ ଙ୍କ ସ୍ତ୍ରୀ ରଜନୀ ଲହଜଳ ଙ୍କ ତୃତୀୟ ଗର୍ଭ ରେ ଜନ୍ମ ନେଇଛି ଏକ ଅସମ୍ପୂର୍ଣ କନ୍ୟା ସନ୍ତାନ l ଶିଶୁଟି ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟ ରେ ଜନ୍ମ ହୋଇଥିଲା ବେଳେ ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ଶିଶୁର ଓଜନ ଠିକ ଥିବା ବେଳେ ଉଭୟ ମା ଓ ଶିଶୁ ମଧ୍ୟ ସୁସ୍ଥ ଥିବା ସୂଚନା ମିଳିଛି l ଏଭଳି ଅଦ୍ଭୁତ ଶିଶୁ କୁ ଦେଖିବା ପାଇଁ ଆଖ ପାଖ ଲୋକ ଭିଡ଼ ଯମୁଥିବାବେଳେ ଶିଶୁର ଭବିଷ୍ୟତ ଚିନ୍ତାରେ ପରିବାର ଲୋକ ଡୁବି ରହିଛନ୍ତି l ଭବିଷ୍ୟତ ରେ ଶିଶୁର ଯତ୍ନ ପାଇଁ ସରକାର ଓ ପ୍ରଶାସନିକ ସହଯୋଗ ପାଇଁ ପରିବାର ପକ୍ଷରୁ ନିବେଦନ କରିଛନ୍ତି

related posts

Leave a Comment