Home Breaking News / ତାଜା ଖବର ଗାଡି ଚୋରକୁ ଧରିଲା ପୋଲିସ

ଗାଡି ଚୋରକୁ ଧରିଲା ପୋଲିସ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ପିପି କଲେଜ ଛକ କୁ ରାତି ଅଧରେ ଆସିଥିଲା ଡ୍ୟାନ୍ସିଂ ଚୋର। ବାହାରେ ବଲେରୋ ଗାଡି ପାଖରେ ପାଗଳ ଭଳି ଅଭିନୟ କରି ନାଚ କରିବା ସହ ଗାଡ଼ି ଉପରକୁ ଛଣ ପକାଉଥିଲା। ତାରି ଭିତରେ ସେ ଏପଟ ସେପଟକୁ ଦେଖି ସ୍ଥିତି ପରଖୁଥିଲା। ଦେଖୁଥିଲା ଗାଡ଼ିରେ ସେନ୍ସର କାମ କରୁଛି କି ନାହିଁ। କେଉଁ ଆଡେ କିଏ ଅଛନ୍ତି କି ନାହିଁ। ଯଦି ସେନ୍ସର ଶବ୍ଦ ହୋଇଥାନ୍ତା ତେବେ ଆହୁରି ଅଧିକ ପାଗଳଙ୍କ ଭଳି ଅଭିନୟ କରିଥାନ୍ତା। ତାପରେ ସାଙ୍ଗରେ ଆଣିଥିବା ଚାବିରେ ଗାଡି ଡୋର ଖୋଲିଲା ଆଉ ଗାଡି ଭିତରକୁ ଯାଇ ଷ୍ଟାର୍ଟ କଲା। ଏତିକି ବେଳେ ତାର ସମୟ ଖରାପ ପଡିଗଲା। ଘରଲୋକ ଉଠି ପଡିଲେ। ଆଉ ତାପରେ ଘର ଲୋକଙ୍କୁ ଦେଖି ଚୋରଟି ଦୌଡ଼ିବାକୁ ଲାଗିଲା। ବେଶ କିଛି ସମୟ ସ୍ଥାନୀୟ ଲୋକେ ଓ ଚୋର ଦୌଡାଦୌଡ଼ି ପରେ ଚୋରକୁ କାବୁ କରି ବହେ ଉତ୍ତମମଧ୍ୟମ କରିବା ପରେ ନିଶ୍ଚିନ୍ତକୋଇଲି ପୋଲିସର ଜିମା ଦେଇଛନ୍ତି।

related posts

Leave a Comment