Home Breaking News / ତାଜା ଖବର ଜାମ୍ମୁକାଶ୍ମୀର ଉରିରେ ଆତଙ୍କୀ ଉପରେ କଡା ପ୍ରହାର, ଧରାପଡିଲା ପାକ୍ ଅନୁପ୍ରବେଶକାରୀ, ୫ ଦିନରେ ୪ ଆତଙ୍କୀ ନିପାତ

ଜାମ୍ମୁକାଶ୍ମୀର ଉରିରେ ଆତଙ୍କୀ ଉପରେ କଡା ପ୍ରହାର, ଧରାପଡିଲା ପାକ୍ ଅନୁପ୍ରବେଶକାରୀ, ୫ ଦିନରେ ୪ ଆତଙ୍କୀ ନିପାତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜାମ୍ମୁକାଶ୍ମୀରର ଉରୀରେ ଆତଙ୍କବାଦୀଙ୍କ ଉପରେ କଡା ପ୍ରହାର କରିଛି ଭାରତୀୟ ସେନା । ଏଥିରେ ସେନାକୁ ବଡ ସଫଳତା ମିଳିଛି । ଜାମ୍ମୁକାଶ୍ମୀରର ଉରୀ ସୀମା ନିକଟରେ ପୁଣି ଥରେ ପାକିସ୍ତାନର ନାପାକ୍ ଉଦ୍ୟମ ବିଫଳ କରିଛନ୍ତି ଭାରତୀୟ ବିଏସଏଫ ଯବାନ । ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରିବା ସମୟରେ ସେନା ଜଣେ ପାକ୍ ଅନୁପ୍ରବେଶକାରୀକୁ ଧରିଛି ।
ସେହିପରି ଉରି ସେକ୍ଟରରେ ଗତ ୫ ଦିନ ଧରି ଆତଙ୍କବାଦୀଙ୍କ ବିରୋଧରେ ଜାରି ରହିଛି ଭାରତୀୟ ସେନାର ଅପରେସନ । ଏଥିରେ ୪ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ସେନା । ସେନା ସୂଚନା ଅନୁସାରେ ଗତ ସେପ୍ଟେମ୍ୱର ୧୮ ତାରିଖରୁ କ୍ରମାଗତ ଭାବରେ ଅନୁପ୍ରବେଶ ଉଦ୍ୟମ ହୋଇ ଆସୁଛି । ଏହା ଉପରେ ନଜର ରଖି ଏହାକୁ ବିଫଳ କରି ଆସୁଛି ଭାରତୀୟ ସେନା । ଗତ ୨୩ ସେପ୍ଟେମ୍ୱରରେ ବିଏସଏଫ ଗୁଳିରେ ୩ ଆତଙ୍କି ନିପାତ ହୋଇଥିଲେ , ଖସି ଯାଇଥିଲେ ୨ ଜଣ । ସେହିପରି ଗତକାଲି ରାତିରେ ଆଉ ଜଣେ ଆତଙ୍କିକୁ ନିପାତ କରିଛନ୍ତି ଭାରତୀୟ ଜବାନ ।

related posts

Leave a Comment