Home Breaking News / ତାଜା ଖବର ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଥିବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାବାସୀଙ୍କ ତରଫରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦେଲା ଆନ୍ତରିକ ଧନ୍ୟବାଦ ଓ ଅନ୍ୟ ବିକାଶ କାମକୁ ତ୍ବରାନ୍ବିତ କରିବାକୁ ଦେଲା ଦାବିପତ୍ର

ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରିଥିବାରୁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଗଞ୍ଜାମ ଜିଲ୍ଲାବାସୀଙ୍କ ତରଫରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଦେଲା ଆନ୍ତରିକ ଧନ୍ୟବାଦ ଓ ଅନ୍ୟ ବିକାଶ କାମକୁ ତ୍ବରାନ୍ବିତ କରିବାକୁ ଦେଲା ଦାବିପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବ୍ରହ୍ମପୁର(ଶ୍ରୀନିଵାସ ପଟ୍ଟନାୟକ): କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵନି ବୈଷ୍ଣବଙ୍କ ଗତମାସ ୧୯ ତାରିଖରେ ରେଳ ଯାତ୍ରା କରୁଥିବା ସମୟରେ ବ୍ରହ୍ମପୁର ରେଳ ଷ୍ଟେସନ ଠାରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ର କାର୍ଯ୍ୟକର୍ତ୍ତା ସାକ୍ଷାତ କରି ବ୍ରହ୍ମପୁର ଓ ସମଗ୍ର ଦକ୍ଷିଣ ଓଡ଼ିଶା ରେ ରେଳପଥର ବିକାଶ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ।

ଏହି ଦାବିପତ୍ର ରେ ଓଡ଼ିଶା ର ସର୍ବ ପୁରାତନ ବ୍ରହ୍ମପୁର ଷ୍ଟେସନରେ ରେଳ ଟର୍ମିନାଲ୍ ର ନିର୍ମାଣ, ୧୩୦ ବର୍ଷ ପୁରୁଣା ଷ୍ଟେସନ ର ସର୍ବାଙ୍ଗୀନ ବିକାଶ, ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ, ଗୋପାଳପୁର-ରାୟଗଡ଼ା, ଗୋପାଳପୁର-ତାଳଚେର, ଗୋପାଳପୁର-ନୟାଗଡ଼ ଭାୟା ତାରାତାରିଣୀ, ବୁଗୁଡ଼ା, ଗୁଣୁପୁର-ରାୟଗଡ଼ା, ଜୟପୁର – ମାଲକାନଗିରି ଓ ମାଲକାନଗିରି- ନବରଙ୍ଗପୁର ରେଳପଥ ର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବା, ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ଓ ବ୍ରହ୍ମପୁର ରୁ ମୁମ୍ବାଇ, ସୁରତ, ଦିଲ୍ଲୀ ଓ ଅନ୍ୟ ସହରକୁ ପ୍ରତିଦିନ ଟ୍ରେନ ଚଲାଇବା ଏବଂ ଭୁବନେଶ୍ବର ଓ ପୁରୀ ରେ ଅଟକି ଯାଉଥିବା ଅନେକ ଟ୍ରେନ କୁ ବ୍ରହ୍ମପୁର ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରାଯାଇ ଥିଲା।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ଵନି ବୈଷ୍ଣବଙ୍କୁ ଦାବି ପତ୍ର ଦେବା ପୂର୍ବରୁ ପୂର୍ବତଟ ରେଳବାଇର
ମହାପ୍ରବନ୍ଧକଙ୍କୁ ଗତ ତିନି ମାସ ମଧ୍ୟରେ ଦୁଇ ଥର ଦାବିପତ୍ର ପ୍ରଦାନ କରାଯାଇଥିଲା।
ଅତି ପଛୁଆ ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ବିକାଶରେ ଉପୋରକ୍ତ ଦାବି ଗୁଡ଼ିକର ମହତ୍ତ୍ଵ କୁ ଦୃଦୟଙ୍ଗମ କରି କେନ୍ଦ୍ର ରେଳମନ୍ତ୍ରୀ ଶୀତଳlପଲ୍ଲୀ ୱାଗନ କାରଖାନା ପ୍ରତିଷ୍ଠା ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନେଇଥିବାରୁ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛି।

ଫୋରମ୍ ର ବରିଷ୍ଠ ସଦସ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, V.ସୋମେଶ୍ବର ରାଓ, ପ୍ରିତିଶ ପାଣିଗ୍ରାହୀ, ସନ୍ତୋଷ ସାହୁ, ସ୍ବପ୍ନିଳ ଦାସ, କିରନ୍ କୁମାର ପଣ୍ଡା, ଦିଲିପ୍ ମହାରଣା, ଶ୍ରିନୁ, ଶ୍ରୀନିବାସ ରାଓ, ମାନସ ପାତ୍ର, B ଶଙ୍କର ପାତ୍ର ଙ୍କ ସମେତ ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଷ୍ଟେସନ ମେନେଜର୍ ଙ୍କ ଜରିଆରେ ଏହି ଧନ୍ୟବାଦ ପତ୍ର ପ୍ରଦାନ କରିବା ସହ ଅନ୍ୟ ବିକାଶ କାମ କୁ ତ୍ବରାନ୍ବିତ କରିବା ପାଇଁ ଧ୍ୟାନ ଆକର୍ଷଣ କରିଥିଲେ।

ସୁଚନା ଯୋଗ୍ୟ ଅତି ପଛୁଆ ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ଜିଲ୍ଲା ଗୁଡ଼ିକରେ ରେଳପଥର ବିକାଶ ପାଇଁ ଗତ ୨୦ ବର୍ଷ ହେଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ପ୍ରଚେଷ୍ଟା କରି ଆସୁଛି।

ଅଟକି ରହିଥିବା ଦକ୍ଷିଣ- ପଶ୍ଚିମ ଓଡ଼ିଶା ର ସବୁ ରେଳ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ମାନ୍ୟବର ରେଳ ମନ୍ତ୍ରୀଙ୍କୁ ଆଜି ର ଦାବି ପତ୍ର ରେ ପୁଣି ଅନୁରୋଧ କରାଯାଇଛି।

related posts

Leave a Comment