Home Breaking News / ତାଜା ଖବର ବଡମ୍ବାରେ ଭାରତ ବନ୍ଦ ଆଂଶିକ ସଫଳ

ବଡମ୍ବାରେ ଭାରତ ବନ୍ଦ ଆଂଶିକ ସଫଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): ଆଜି ସମଗ୍ର ଦେଶରେ ଭାରତ ବନ୍ଦ ର ଡାକରା ଦେଇଛନ୍ତି ଚାଷୀ ସଂଗଠନ I ଏହାର ପ୍ରଭାବ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ବଡମ୍ବା ବ୍ଲକ ରେ I ବଡମ୍ବା ରେ ବନ୍ଦ ଆଂଶିକ ସଫଳ ହୋଇଥିବାର ଆଜି ଦେଖିବାକୁ ମିଳିଥିଲା I ଆଜି ସକାଳୁ ହିନ୍ଦ ମଜଦୁର ସଭାର ସଭାପତି ଅଭିମନ୍ୟୁ ସାହୁ, ନବ ନିର୍ମାଣ କୃଷକ ସଂଗଠନ ର ସଂଯୋଜକ ଗଦାଧର ବିଶ୍ୱାଳ ଏବଂ ଏ ଆଇ ଟି ସି ୟୁ ର ସଭାପତି ଦାମୋଦର ରଣା ଙ୍କ ତତ୍ଵାବଧାନରେ ଏକ ମଟର ସାଇକେଲ ରାଲି ରେ ବଡମ୍ବା ବ୍ଲକ ଅନ୍ତର୍ଗତ ରତାପାଟ ଠାରୁ ବିଧାରପୁର ପର୍ଯ୍ୟନ୍ତ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ପାଇଁ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ଏହାର ପ୍ରଭାବରେ ବଡମ୍ବା ରେ ଆଜି ସ୍କୁଲ,କଲେଜ ପୋଷ୍ଟ ଅଫିସ ,କାନାଡ଼ା ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଅନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଥିବା ବେଳେ ଗାଡି ମଟର ବନ୍ଦ ରହିଥିଲା I ଏହି ବନ୍ଦ ବେଳେ ଜରୁରୀ ସେବାକୁ ବାଦ ଦିଆ ଯାଇଥିଲା I ସକାଳ 6ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା I ଏହି ବନ୍ଦ କୁ 10ଟା ଟ୍ରେଡ଼ ୟୁନିୟନ ଦଳ ସମର୍ଥନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରୁ ହିନ୍ଦ ମଜଦୁର ସଭାର ସଂପାଦକ ରମେଶ ଚନ୍ଦ୍ର ଦାଶ, ଉପଦେଷ୍ଟା ପଞ୍ଚୁ ମଲିକ, ନବ ନିର୍ମାଣ ସଂଗଠନ ର ଅନ୍ୟ ଏକ ସଯୋଜକ ବୈଷ୍ଣବ ଜେନା, ଏବଂ ସି ପି ଆଇ ଏମ ର ସଭାପତି ଲିଙ୍ଗରାଜ ରଣା ପ୍ରମୁଖ ଏହି ବଡମ୍ବା ବନ୍ଦ ପାଳନ ରେ ପ୍ରମୁଖ ଭୂମିକା ନେଇ ଥିଲେ

related posts

Leave a Comment