Home Breaking News / ତାଜା ଖବର ଚାଷୀଙ୍କ ଭାରତ ବନ୍ଦର ଜୋରଦାର ପ୍ରଭାବ, ଦିଲ୍ଲୀରେ ୨୫ ଟ୍ରେନ ଉପରେ ପ୍ରଭାବ

ଚାଷୀଙ୍କ ଭାରତ ବନ୍ଦର ଜୋରଦାର ପ୍ରଭାବ, ଦିଲ୍ଲୀରେ ୨୫ ଟ୍ରେନ ଉପରେ ପ୍ରଭାବ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଜି ସାରା ଦେଶରେ ୧୨ ଘଂଟିଆ ଭାରତ ବନ୍ଦ ପାଳନ ହୋଇଛି । କିସାନ ମୋର୍ଚାର ଭାରତ ବନ୍ଦ ଡାକରାର ପ୍ରଭାବ ଦିଲ୍ଲୀରୁ ନେଇ ଓଡିଶା ଯାଏଁ ଦେଖିବାକୁ ମିଳିଛି । ଦିଲ୍ଲୀରୁ ହରିୟାଣା ଯାଏଁ ରାଜରାସ୍ତାରେ ହଜାର ହଜାର ଗାଡି ମୋଟର ଠିଆ ହୋଇଥିବା ଦେଖିବାକୁ ମିଳିଛି । ପ୍ରତିବାଦକାରୀ ବିଭିନ୍ନ ସ୍ଥାନରେ ହାତରେ ପୋଷ୍ଟର ଧରି ପିକେଟିଂ କରି ବନ୍ଦ କରିବା ଫଳରେ ଗାଡି ମୋଟର ଜାମ୍ ଦେଖିବାକୁ ମିଳିଥିଲା । ସେପଟେ ରେଳ ଧାରଣା ଉପରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ବସିବା ପରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । କେବଳ ଦିଲ୍ଲୀରୁ ୨୫ଟି ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ସେପଟେ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି , କେନ୍ଦ୍ର ସରକାର ଆଣିଥିବା ତିନି କଳା ଆଇନକୁ ପ୍ରତ୍ୟାହାର କରିବା ନେଇ ଚାଷୀଙ୍କ ଦାବିକୁ କେନ୍ଦ୍ର ଶୁଣିବାକୁ ପଡିବ ।

related posts

Leave a Comment