Home Breaking News / ତାଜା ଖବର ଭିନ୍ନ କ୍ଷମ ଯୁବତୀକୁ ଦୁଷ୍କର୍ମ ଓ ଆକ୍ରମଣ ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡ

ଭିନ୍ନ କ୍ଷମ ଯୁବତୀକୁ ଦୁଷ୍କର୍ମ ଓ ଆକ୍ରମଣ ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ -୨୭ /୯/୨୧(ସୁନୀଲ ପଟନାୟକ ): ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ପେଶାଲ୍ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ଦୁଷ୍କର୍ମ ମାମଲାରବିଚାର କରି ଅଭିଯୁକ୍ତ ସୁଜିତ ଦେହୁରୀ @ ଟୁନୁ ପିତା- ଲଛିନ୍ଦ୍ର ଦେହୁରୀକୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ଜୋରିମାନା ଆଦେଶ ଦେଇଛନ୍ତି l
ସୂଚନା ଯୋଗ୍ୟଯେ,
ଖଜୁରୀପଡ଼ା ଥାନା କେଶ୍ ନମ୍ବର ୦୮ ତା-୩୧/୦୧/୨୦୧୬ ଅନୁଯାୟୀ ଜଣେ ମହିଳା ତା-୨୯/୧/୧୬ ରିଖରେ ଗାଧୁଆ ସାରି ମଧ୍ୟାହ୍ନ ସମୟରେ ଘରକୁ ଫେରିବା ବେଳେ ଅଭିଯୁକ୍ତ ତାଙ୍କର ଅପସ୍ମାର ରୋଗାକ୍ରାନ୍ତ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଦେଖି ବିରୋଧ କରିଥିଲେ। ଅଭିଯୁକ୍ତ ସେଠାରୁ ଚାଲି ଯାଇଥିଲା। କିନ୍ତୁ ପରେ ଆସି ଅଭିଯୋଗକାରିଣୀ ଙ୍କୁ ଆଘାତ କରିଥିଲା। ଏଣୁ ଏନେଇ ଖଜୁରୀପଡ଼ା ଥାନା ରେ ଅଭିଯୋଗ କରିଥିଲେପୀଡିତା l
ଉକ୍ତ ମାମଲାରେ ୧୦ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମାନ୍ୟବର ଅଦାଲତ ଦୋଷୀଙ୍କୁ ଦଫା ୩୨୩/୪୫୪/୩୭୬ ସହ ୫୧୧ ରେ ସାତ ବର୍ଷ ସଶ୍ରମ କାରାଦଣ୍ଡ ସହ ମୋଟ ୬୫୦୦ ଟଙ୍କା ଜୋରିମାନା ଏବଂ ଜୋରିମାନା ଟଙ୍କା ନ ଦେଲେ ଅଧିକ ଏକବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି।
ଜୋରିମାନା ଟଙ୍କା ଆଦାୟ ହେଲେ ପିଡିତl ଙ୍କୁ ଦିଆଯିବା ପାଇଁ ଆଦେଶ ଦେଇଛନ୍ତି।
ଏହି ମାମଲା ସରକାରଙ୍କ ତରଫରୁ ସ୍ଵତନ୍ତ୍ର ଅଭିଯୋଜକ ବିଜୟକୃଷ୍ଣ ପଟ୍ଟନାୟକ ପରିଚାଳନା କରୁଥିଲେ।

related posts

Leave a Comment