Home Breaking News / ତାଜା ଖବର ଜେକେପୁରର ବନ୍ଦ ପାଳନ ସଫଳ

ଜେକେପୁରର ବନ୍ଦ ପାଳନ ସଫଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଜେକେପୁର-୨୭/୦୯-(ରମେଶ ଚୌରସିଆ)-ରାୟଗଡଜିଲ୍ଲା ସଦରବ୍ଲକ ଜେକେ ପୁର ଠାରେ ଚାଷୀ ଆନ୍ଦୋଳନ ସଫଳ ହେଇଚି। ସ୍ଥାନୀୟ କଂଗ୍ରେସ ନେତା ଓ କମ୍ୟୁନିଷ୍ଟ ନେତାଙ୍କ ମିଳିତ ଉଦ୍ୟମରେ କୃଷକ ଆଇନକୁ ପ୍ରତ୍ୟାହାର ନେଇ କେନ୍ଦ୍ରସରକାର ବିରୋଧରେ ରାଜ୍ୟ ତଥା ଦେଶ ବ୍ୟାପି ଅଖ ଚକା ଜାମ କରାଯିବାର ଘୋଷଣା କରିଥିଲା ମିଳିତ ବିରୋଧୀ ଓ ବାମ ଦଳଗୁଡିକ। ବାତ୍ୟା ଗୁଲାବ ର ତାଣ୍ଡବ ସତ୍ତ୍ୱେ ସ୍ଥାନୀୟ କଂଗ୍ରେସ ନେତା ଅପଲରାଜୁ ଓ ତେଜେଶ୍ୱର ରାଓ ଏବଂ କମ୍ୟୁନିଷ୍ଟ ନେତା ଶ୍ରୀହରି ଏବଂ ଗଣେଶ ଙ୍କ ନେତୃତ୍ୱରେ ଆଜି ଦସଘାଣ୍ଟିଆ ବନ୍ଦ ପାଳନ ସମ୍ପୂର୍ଣ ସଫଳ ହେଇଚି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରିଛନ୍ତି ନୂତନ ଆଇନକୁ ପ୍ରତ୍ୟାହାର ଦାବୀ କରି କେନ୍ଦ୍ର ବିରୋଧୀ ସ୍ଲୋଗାନ ଦେଇଥିଲେ। ଆଜି ବଡି ଭୋରରୁ ଉଠି ଟ୍ରାଫିକ ଛକରେ ସ୍ୱତନ୍ତ୍ର ବାରିକେଟ ନିର୍ମାଣ କରି ଗାଡି ଚଳାଚଳକୁ ଅବରୋଧ କରିଥିଲେ।କର୍ମୀମାନେ ପିକେଟିଂ କରି ପ୍ରଚାର କରିଥିଲେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା ଅତ୍ୟାବଶକ ଗାଡି ଓ ଔଷଧ ବୋକାନ ଗୁଡିକୁ ଏଥିରୁ ବାଦ ପଡିଥିଲା। ଏହି ବନ୍ଦ ପାଳନ ଯୋଗୁଁ ଯାତ୍ରୀ ବହୁତ ଅସୁବିଧା ଭୋଗିବା ସହ ନାହିଁ ନଥିବା ହଇରାଣ ହେଇଥିବା ଦେଖିବାକୁ ମଳିଛି।

related posts

Leave a Comment