Home Breaking News / ତାଜା ଖବର ଭବାନୀପୁର ଉପନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ

ଭବାନୀପୁର ଉପନିର୍ବାଚନ ପ୍ରଚାର ସମୟରେ ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗରେ ଭବାନୀପୁର ଉପନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଆଜି ବିଜେପି ଏହାର ଭବାନୀପୁର ଉପନିର୍ବାଚନ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରିୱାଲଙ୍କ ପାଇଁ ଶେଷ ଦିନର ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିବା ବେଳେ , ପଶ୍ଚିମବଙ୍ଗ ବରିଷ୍ଠ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଛି । ତୃଣମୂଳ କଂଗ୍ରେସର ସମର୍ଥକ । ଦିଲ୍ଲୀପ ଘୋଷଙ୍କ ସୁରକ୍ଷାରେ ଥିବା ସୁରକ୍ଷା ବଳ ବନ୍ଧୁକ ବାହାର କରି ସ୍ଥିତି ମୁକାବିଲା କରିବାକୁ ଉଦ୍ୟମ କରିଥିଲେ ।
ଏହାକୁ ନେଇ ଦିଲ୍ଲୀପ ଘୋଷ ପ୍ରଶ୍ନ କରିଛନ୍ତି ଯଦି ରାଜନେତାଙ୍କ ଉପରେ ଏହିପରି ଆକ୍ରମଣ ହେଉଛି, ତେବେ ସାଧାରଣ ଲୋକ ଏଠାରେ କିପରି ଘଟଣା ସାମ୍ନା କରୁଥିବେ ବୁଝି ହେଉଛି । ଏହା ସହିତ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି ଟିଏମସି ଗୁଣ୍ଡା ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିଛନ୍ତି ନନ୍ଦିପୁର ଆସନ ବିଧାୟକ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ପ୍ରଶ୍ନ କରିଛନ୍ତି ଏପରି ହିଂସା କେତେ ଦିନ ଜାରି ରହିବ । ବିଜେପି ଅଭିଯୋଗ କରିଛି ଟିଏମସି ବନ୍ଧୁକ ମୁନରେ ଏହି ଉପନିର୍ବାଚନ ଜିତିବାକୁ ଉଦ୍ୟମ କରୁଛି । ସେଥିପାଇଁ ବିଜେପି ନେତାଙ୍କୁ ନିଶାନା କରୁଛନ୍ତି ଟିଏମସି କର୍ମୀ ।

related posts

Leave a Comment