Home Breaking News / ତାଜା ଖବର ମୁମ୍ୱାଇକୁ ପରାସ୍ତ କରି ପ୍ଲେ ଅଫ୍ ଦୌଡରେ ଆରସିବି, ହର୍ଷଲ ପଟେଲଙ୍କୁ ହ୍ୟାଟ୍ରିକ

ମୁମ୍ୱାଇକୁ ପରାସ୍ତ କରି ପ୍ଲେ ଅଫ୍ ଦୌଡରେ ଆରସିବି, ହର୍ଷଲ ପଟେଲଙ୍କୁ ହ୍ୟାଟ୍ରିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୁପରସଣ୍ଡେରେ ସୁପର ମ୍ୟାଚ । ଆଇପିଏଲର ଆଉ ଏକ ରୋମାଂଚକର ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ୫୪ ରନରେ ପରାସ୍ତ କରିଛି ଆରସିବି । ହରସଲ ପଟେଲଙ୍କ ହ୍ୟାଟ୍ରିକ ୱିକେଟ ସହ ୪ ଓି୍ୱକେଟର ସଫଳତା ଓ ଚହଲଙ୍କ ୩ ୱିକେଟ ଦଖଲ ଫଳରେ ମୁମ୍ୱାଇ ପରାଜୟ ଆଡକୁ ଚାଲି ଯାଇଥିଲା । ୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ୱାଇ ପ୍ରଥମ ୬ ଓଭରରେ ୬୫ ରନ୍ ସଂଗ୍ରହ କରିନେଇଥିଲା । ତେବେ ଏହା ପରେ ମୁମ୍ୱାଇର ୱିକେଟ ପତନ ଆରମ୍ଭ ହୋଇଥିଲା । ଡିକକ ୨୪ ରନ କରି ପ୍ୟାଭିଲିୟନ ଫେରିବା ପରେ ରୋହିତ ଶର୍ମା ୪୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ମୁମ୍ୱାଇର ମଧ୍ୟକ୍ରମର କୌଣସି ଖେଳାଳି କ୍ଲିକ୍ କରିନଥିଲେ । ଇଶାନ କିଶନ , କ୍ରୁନାଲ ପାଣ୍ଡ୍ୟା, ସୂର୍ଯ୍ୟକୁମାର. ହାର୍ଦିକ ପାଣ୍ଡ୍ୟା, କେରନ ପୋଲାର୍ଡ ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ । ମୁମ୍ୱାଇର ପୁରା ଟିମ୍ ୧୮ ଓଭର ୨ଟି ବଲରେ ୧୧୧ ରନ କରି ଆଉଟ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ ୧୬୫ ରନ୍ କରିଥିଲା । ବିରାଟ କୋହଲି ୫୧ ଓ ମାକ୍ସୱେଲ ୫୬ ରନ୍ ସ୍କୋର କରିଥିଲେ ।
ଏହି ବିଜୟ ସହିତ ଆରସିବି ପଏଂଟ ଟେବୁଲରେ ୧୦ ମ୍ୟାଚରୁ ୬ ବିଜୟ ସହିତ ୧୨ ପଏଂଟ ପାଇ ତୃତୀୟ ସ୍ଥାନରେ ରହିଛି । ମୁମ୍ୱାଇ ୧୦ ମ୍ୟାଚରୁ ମାତ୍ର ୪ଟି ବିଜୟ ସହିତ ୮ ପଏଂଟ ହାସଲ କରିଛି ।

related posts

Leave a Comment