Home Breaking News / ତାଜା ଖବର ବାତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ରନ୍ଧା ଖାଦ୍ୟ ବ୍ୟବସ୍ଥା

ବାତ୍ୟା ମୁକାବିଲା ନିମନ୍ତେ ରାୟଗଡ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆଞ୍ଚଳ ବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ରନ୍ଧା ଖାଦ୍ୟ ବ୍ୟବସ୍ଥା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ- ୨୬/୦୯-(ଧନେଶ୍ବର ରାଉତ): ବଙ୍ଗପୋସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ସମ୍ବାବ୍ୟ ବାତ୍ୟା ଗୁଳା-ଆବକୁ ମୁକାବିଲା ନିମନ୍ତେ ରାୟଗଡ ଜିଲାପ୍ରଶାସନ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱlବଧାନରେ ବ୍ୟାପକ ପ୍ରସ୍ତୁତି ଚାଲିଛି l ସମ୍ବାବ୍ୟ ବାତ୍ୟା ଜନିତ ବନ୍ୟା ପରସ୍ଥିତ, ପାହାଡ଼ରୁ ମାଟି ଅତଡା ଖସିବା ଆଶଙ୍ଖ କରି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ଜିଲାପାଳ ରାୟଗଡ ଦୁଇଦୁଇଥର ଜରୁରୀ ବୈଠକ ଭରଚୁଆଲ ମଧ୍ୟମରେ ଅଫିସର ମାନଙ୍କୁ ନେଇ କରିଛନ୍ତି l ଜିଲାପାଳଙ୍କ ନିର୍ଦେଶ କ୍ରମେ ଉଭୟ ଉପଜିଲ୍ଲାପାଳ, ରାୟଗଡ ଓ ଗୁଣପୁର ନିଜ ନିଜ ଅଞ୍ଚଳ ରେ ଗୋଷ୍ଠିଉନ୍ନୟ ଅଧିକାରୀ,ତହସିଲଦାର ମାନେ ପାହାଡ଼ ତଳିଆଞ୍ଚଳ, ବନ୍ୟାପ୍ଲବୀତ ହେବାକୁ ଅଞ୍ଚଳ ଚିନ୍ନଟ କରାଯାଇଛି l ଆଜି ସେ ଅଂଚଳର ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି l ବିଶେଷ କରି ରାୟଗଡ ବ୍ଲକର ଶେଷଖଲ ଥାନା ଅନ୍ତର୍ଗତ ଗଙ୍ଗାପେଟl ଗ୍ରାମର ଲୋକମାନଙ୍କୁ ଖିଲମିଶ ବହୁମୁଖୀ ବତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରାଯାଇଛି l ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇଛି l ଆଜି ସନ୍ଧ୍ୟା ୬.୦୦ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦୧୧ଜଣକୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି l ବତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରୁ ବ୍ଲକ ପର୍ଯ୍ୟନ୍ତ ନୁୟଂତ୍ରଣ କକ୍ଷ ଖୋଲାଯlଇ କାର୍ଯ୍ୟକାରୀ କରାଯlଇ ଗେଜେଟେଡ଼ ଅଫିସରଙ୍କୁ ନିୟୋଜିତ କରାଯାଇଛି l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ଔଷଧ ପତ୍ର ମହଜୁଦ ରଖାଯାଇଛି l ଦୁର୍ଗମ ଅଞ୍ଚଳରେ ଯୋଗାଣ ବିଭାଗ ତରଫରୁ ଅତିଆଵଶ୍ୟକ ସାମଗ୍ରୀ ବିଶେଷ କରି ଚୁଡା,ଚାଉଳ, କିରସିନ,ଦିଆସିଲ ମହଜୁଦ ରଖିlଯାଇଛି l ଆସନ୍ନ ପ୍ରସବl ମହିଳା ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ନିକଟସ୍ଥ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l ଜିଲ୍ଲାର ରାସ୍ତଘlଟରେ ଗାଡି ଚଳାଚଳ ଉପରେ ନଜର ରଖିବାକୁ ଅlଞ୍ଚଲିକ ପରିବହନ ଅଧିକାରୀଙ୍କୁ କହାଯାଇଛି l
ଜିଲ୍ଲାକୁ ବତ୍ୟା ମୁକାବିଲା ନିମନ୍ତେ ୬ଗୋଟି ଓଡ୍ରାଫ ଟିମ ଓ ୨ଗୋଟି ଏଣ୍ଡଆରେଫ ଟିମ ଆସି ପହଞ୍ଚିଛନ୍ତି l
ଗୋଟିଏ ଓଡ୍ରାଫ ଟିମକୁ କଲ୍ୟାଣ ସିଂ ପୁର ପଠାଇଯାଇଥିବାବେଳେ ଗୋଟିଏ ଟିମ ରାୟଗଡ ରେ ମହଜୁଦ ଅଛି lବାକି ଓଡ୍ରାଫ ଟିମ ରାମନଗୁଡ଼ାରେ ଭମିନି ଠାରେ ଅଛନ୍ତି lସେହିପରି ଏନ୍ଡଡିଆରେଫର ୨ଗୋଟି ଟିମ ଗୁଣପୁରରେ ଅଛନ୍ତି l ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମାନଙ୍କ ଛୁଟି ବାତିଲ କରାଯାଇଛି l

related posts

Leave a Comment