Home Breaking News / ତାଜା ଖବର ପଦ୍ମପୁର ଥାନା ଅଂଚଳରୁ ବିପୁଳ ମାତ୍ରାରେ ଗଂଜେଇ ଜବତ ଏକ ଟ୍ରକ ସହ ଜଣେ ଗିରଫ

ପଦ୍ମପୁର ଥାନା ଅଂଚଳରୁ ବିପୁଳ ମାତ୍ରାରେ ଗଂଜେଇ ଜବତ ଏକ ଟ୍ରକ ସହ ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଗଂଜେଇ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ପ୍ରାୟ ସବୁଦିନେ କହିଲେ ଅତ୍ୟୁକ୍ତି ହେବ ନାହିଁ ଗଂଜେଇ କେଉଁଠି କେଉଁଠି ଧରାପଡୁଛି ଖବର କାଗଜ ରେ ପୃଷ୍ଠା ମଣ୍ଡନ କରୁଛି। ଏହା ପ୍ରଶ୍ନରାୟଗଡ ବାଚି ସୃଷ୍ଟି କରିଛି ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ମହଲରେ ପୋଲିସ ଓ ଅବକାରୀ ବିଭାଗ ତତ୍ପର ଥିଲେ ସୁଦ୍ଧା କାହିଁକି ରୋକା ଯାଇପାରୁନି ଏହାର ରହସ୍ୟ କଣ ଭେଦ କରିବାକୁ ପଡିବ ନଚେତ ଏହିଭଳି ପୋଲିସ ଧରୁଥିବା କାମ ଜାରୀ ରହିଲେ ସୁଦ୍ଧା କିଛି ଫଳ ମିଳିବ ନାହିଁ ବୋଲି ଜନ ସାଧାରଣ ରେ ଗୁଞ୍ଜରଣ ସୃଷ୍ଟି ହେଇଚି। ଏହି ଗୁଞ୍ଜରଣ ପୋଲିସ ଓ ଅବକାରୀ ବିଭାଗର ଅପାରଗତା ଆଡକୁ ଅଙ୍ଗୁଳି ନିର୍ଦେଶ କରୁନାହିଁତ। ସେହିଭଳି ଗତ କାଲି ଆଉ ଏକ ବଡଧରଣର ସଫଳତା ପାଇଛି ରାୟଗଡ ଜିଲ୍ଲା ପଦ୍ମପୁର ଥାନା ଅଂଚଳର କେନ୍ଦୁଗୁଡା ନିକଟରେ ଏକ କୁଇଣ୍ଟାଲ ରୁ ଅଧିକ ଗଂଜେଇ ଜବତ ହେଇଚି। ଏଥି ସହ ଏକ ଟ୍ରକ ଯାହାକି ଗଂଜେଇ ବୋଝେଇ ହେଇ ବେ ଆଇନ ଭାବେ ଚାଲାଣ କରାଯାଉଥିଲା ଟ୍ରକ ନମ୍ବର ୱେ ବି ୦୩ ସି ୫୫୯୪ କୁ ଜବତ କରିଛି ଓ ଗୋଟିଏ ମୋବାଇଲ ଫୋନ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପଦ୍ମପୁର ଥାନା ଅଧିକାରୀ ଙ୍କ କହିବା ଅନୁସାରେ ରାୟଗଡ ପଟୁ ଗଂଜାମ ନୂଆଗାଁ ଆଡକୁ ଦେଇ ଯାଉଥିବା ସମୟରେ କେନ୍ଦୁଗୁଡା ତନଖି ଫଟାକ ନିକଟରେ ତନଖି ସମୟରେ ଏହି ଗିରଫ ଓ ଗଂଜେଇ ଜବତ କରାଯାଇ ପଦ୍ମପୁର ଥାନା କେସ ନମ୍ବର ୮୨/୨୫-୦୯-୨୧ ଏନ ଡି ପି ଏସ ଧାରା ଅନୁଯାଇ କେସ ରୁଜୁ କରି ତଦନ୍ତ ଚାଲିଛି ଏହା ପଛରେ କାହାର ହାତ ରହିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି।

related posts

Leave a Comment