Home Breaking News / ତାଜା ଖବର ବଡ଼ମ୍ବାରେ ଦେଇଥିବା କଥା ରଖିଲେ ବିଧାୟକ ଦେବୀ ମିଶ୍ର

ବଡ଼ମ୍ବାରେ ଦେଇଥିବା କଥା ରଖିଲେ ବିଧାୟକ ଦେବୀ ମିଶ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଡମ୍ବା(ଶକ୍ତି ସ୍ୱର ରଣା): କଥା ଦେଇ କଥା ରଖିଲେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର |ସବୁବେଳେ କଥା ଅପେକ୍ଷା, କାମରେ ବିଶ୍ୱାସ କରୁଥିବା ବିଧାୟକ ଶ୍ରୀ ମିଶ୍ର ଆଜି ବଡମ୍ବା ବାସୀଙ୍କ ପାଇଁ ଆଣିଦେଇଛନ୍ତି ଖୁସିଖବର | ଦିର୍ଘ ଦୁଇ ବର୍ଷ ହେବ ବନ୍ଦ ହୋଇକି ଥିଲା ବଡମ୍ବା ଉପକାରାଗାର| ତାହା ଆଜି ବଡମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଉଦ୍ୟମ ରେ କାଯ୍ୟକ୍ଷମ ହୋଇଛି| କ୍ରିୟାନୁଷ୍ଠାନ କମିଟି , ବଡମ୍ବା ଓକିଲ ସଂଘ ନାଗରିକ ମଞ୍ଚ ଆଦି ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଲରେ ଛୁଟିଛି ପ୍ରଶଂସାର ସୁଅ । ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବଡ଼ମ୍ବାବାସୀ ଓକିଲ ସଙ୍ଘ| ଗତ କିଛି ଦିନ ହେଲା ବଡ଼ମ୍ବା ସବଜେଲ୍ ବନ୍ଦ ହୋଇଯାଇଥିଲା । ଯାହାକୁ ପୁନର୍ବାର ଚାଲୁ କରିବା ପାଇଁ ଓକିଲ ସଂଘ ଓ ବଡମ୍ବା ର ମିଳିତ କ୍ରିୟାନୁଷ୍ଠାନ କମିଟି ବିଧାୟକ ଙ୍କ ପାଖକୁ ଯାଇ କିଭଳି ଉପକାରାଗାର ଚାଲିବ ସେ ବିଷୟରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ସଙ୍ଘ ସଦସ୍ୟ ମାନଙ୍କୁ ନେଇ ଗୃହ ବିଭାଗ ର ମନ୍ତ୍ରୀ ଓ ଜେଲ୍ ଅଧିକାରୀ ସନ୍ତୋଷ ବାଲାଙ୍କ ସହିତ ଆଲୋଚନା କରି ଖୁବଶୀଘ୍ର ସେପ୍ଟେମ୍ବର 30 ସୁଦ୍ଧା ଜେଲ୍ ଚାଲୁ କରାଯିବ ବୋଲି ଡିଜିପି ସନ୍ତୋଷ ଉପାଧ୍ୟୟା ସୂଚନା ଦେଇଥିଲେ |ଆଜି ଏହି କାଯ୍ୟ କ୍ରମରେ ଡିଆଇଜି କୁଳମଣି ବେହେରା, ବଡମ୍ବା ବ୍ଲକ ଅଧ ଅନୁସୟା ନାୟକ, ବଡମ୍ବା ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ବାବୁ, ସମାଜ ସେବୀ ରବିନ୍ଦ୍ର ସାହୁ, ସରୋଜ ପଟନାୟକ,ରବିନ୍ଦ୍ର ରଣା, ମହେନ୍ଦ୍ର ପଢିଆରୀ,ଓକିଲ ସଂଘର ସଭାପତି ସନ୍ତୋଷ ବେହେରା, କୈଲାସ ଜେନା, ସନ୍ତୋଷ କୁମାର ପଟନାୟକ ଓ ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ| ଏଭଳି କାର୍ଯ୍ୟ ପାଇଁ ବଡ଼ମ୍ବା ଓକିଲ ସଂଘର ସଦସ୍ୟ ତଥା ବଡମ୍ବା ର ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ଆଜି ବିଧିବଦ୍ଧ ଭାବେ ଜେଲ୍ ପୁନଃ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ନେଇ ବଡ଼ମ୍ବା ର ବିଭିନ୍ନ ମହଲରେ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କୁ ଅଭିନନ୍ଦନ ଜଣାଇଛନ୍ତି |

related posts

Leave a Comment