Home Breaking News / ତାଜା ଖବର ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ପେଷାଦାର ସାମ୍ବାଦିକ ପକ୍ଷରୁ ଶୋକସଭା ଅନୁଷ୍ଠିତ

ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ପେଷାଦାର ସାମ୍ବାଦିକ ପକ୍ଷରୁ ଶୋକସଭା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ: ସ୍ବର୍ଗତ ଅରିନ୍ଦମ ଦାସ ଏବଂ ସ୍ଵର୍ଗତ ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗରେ ରାଇକିଆ ପେଷାଦାର ସାମ୍ବାଦିକଙ୍କ ପକ୍ଷରୁ ପାଠାଗାର ଗୃହ ମଧ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଛି। ସ୍ଵର୍ଗତ ଅରିନ୍ଦମ ଜଣେ ନିର୍ଭିକ,ସାହାସି, ପରୋପକାରୀ ମେଳାପି ଭାବେ ଓଡ଼ିଶାରେ ଖୁବ୍ ପରିଚିତ ଥିଲେ। ମହାନଦୀର ମୁଣ୍ଡୁଳି ଆନିକଟ ପାଣି ସୁଅରେ ଫସିରହିଥିବା ଏକ ହାତୀକୁ ଉଦ୍ଧାର କରିବାପାଇଁ ଓଡାଫ୍ ଟିମ୍ ସହ ସାମ୍ବାଦିକ ରିପୋଟିଙ୍ଗ୍ କରିବାକୁ ଯାଇଥିବା ସମୟରେ ଡଙ୍ଗା ଓଲଟି ପଡିବାରୁ ସେଥିରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ।ସେ ଦୁହିଁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିବାବେଳେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି। ଏହି ସ୍ମୃତି ସଭାରେ ବରିଷ୍ଠ ପେଷାଦାର ସାମ୍ବାଦିକ କିଶୋର ଚନ୍ଦ୍ର ସାହୁ, ରଜତ କୁମାର ନାୟକ,ସୁଶାନ୍ତ ଦଳେଇ, ମନୋଜ ନାୟକ,ବିକ୍ରମ ନାୟକଙ୍କ ସହ ଅନ୍ୟ ମାନେ ଯୋଗ ଦେଇ ଦୁହିଁଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ପ୍ରାର୍ଥନା କରାଯାଇଥିଲା ବେଳେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।

related posts

Leave a Comment