Home Breaking News ବଡମ୍ବା ଶିବ ଶକ୍ତି କମିଟି ତରଫରୁ ସ୍ମୁତି ଚାରଣ ସଭା

ବଡମ୍ବା ଶିବ ଶକ୍ତି କମିଟି ତରଫରୁ ସ୍ମୁତି ଚାରଣ ସଭା

by Times One Odia
Share with
     
 
 
   

ବଡମ୍ବା(ଶକ୍ତି ସ୍ୱର ରଣା): ଆଜି ବଡମ୍ବା ହାଟ ସ୍ଥିତ ଆଡିଆ ମହାଦେବ ସମ୍ମିଳନୀ କକ୍ଷ୍ୟ ରେ ଶିବ ଶକ୍ତି କମିଟି ତରଫରୁ ଡଃ ମନୋରମା ମହାପାତ୍ର ଓ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସ୍ମୁତି ଉଦେଶ୍ୟ ଏକ ସ୍ମୁତି ସଭା ଅନୁଷ୍ଠିତ ହୋଇଯାଇଛି I ଶିବ ଶକ୍ତି କମିଟି ର ଆବାହକ ଶିବ ନାରାୟଣ ମିଶ୍ର ଙ୍କ ପୌରାହିତ ରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା I ମୁଖ୍ୟ ଅତିଥିଭାବେ ପ୍ରାଣଯୋଗ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଚନ୍ଦ୍ର ଶେଖର ମହାନ୍ତି, ମୁଖ୍ୟ ବକ୍ତା ଭାବେ ରାଜନେତା ବୁଦ୍ଧିନାଥ ମହାନ୍ତି ଏବଂ ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଖଗେଶ୍ୱର ମହାପାତ୍ର ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ନାରାୟଣ ସାହୁ ଯୋଗ ଦେଇ ଏହି ଦୁଇ ମହାନ ଆତ୍ମା ର ସଦଗତି ନିମନ୍ତେ ସ୍ମୁତି ଚାରଣ କରିଥିଲେ I ଜନ୍ମ ଓ ମୃତ୍ୟୁ ସମ୍ପର୍କ ରେ ଉଲ୍ଲେଖ କରି ଜୀବନ ରେ ସମାଜ ପାଇଁ କିଛି କର୍ମ କଲେ ମୁତ୍ୟୁ ଶରୀର କୁ ସ୍ପର୍ଶ କରି ପାରିବନି ବୋଲି ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ସୂଚନା ଦେଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବାଲୁଙ୍କେଶ୍ୱର ରାଉତ, ଏବଂ ଗିରିଜା ପ୍ରାସାଦ ମିଶ୍ର ଉକ୍ତ ସଭା ରେ ଉପସ୍ଥିତ ରହି ଥିଲେ I ଶେଷ ରେ ଶିକ୍ଷକ ଭରତ ନାରାୟଣ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ ହୋଇଥିଲା

related posts

Leave a Comment