Home Breaking News / ତାଜା ଖବର ୩ କିଲୋମିଟର ରାସ୍ତା ପାଇଁ ୩ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ: କାମ ନିମ୍ନ ମାନର ଅଭିଯୋଗ ତଦନ୍ତ ଦାବୀ

୩ କିଲୋମିଟର ରାସ୍ତା ପାଇଁ ୩ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ: କାମ ନିମ୍ନ ମାନର ଅଭିଯୋଗ ତଦନ୍ତ ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ୩ କିଲୋମିଟର ପିଚୁ ରାସ୍ତା ନିର୍ମାଣ କରିବା ପାଇଁକୁଆଡେ ୩ କୋଟି
୮ ୮ ଲକ୍ଷ ଟଙ୍କା ଖର୍ଚ ହେଲା l ରାସ୍ତା କାମ ସରିଲା, ଠିକାଦାର ବାବୁ ବିଲ ମଧ୍ୟ ପାଇଲେl
ହେଲେ ରାସ୍ତା ଅବସ୍ଥା ନକହିବା ଭଲl
ରାସ୍ତା ରୁ ଠାଏ ଠାଏ ପିଚୁ ଉଠି ଯାଇଥିବାବେଳେ ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା ଦୁଇ ପାର୍ଶ୍ୱ ରେ ଫୂଟ ପାଥ ପାଇଁ ପକାଯାଇଥିବା ଟାଇଲସବୁ ଉଠି ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି l ଠିକାଦାର ଆଉ ଯନ୍ତ୍ରୀ ଙ୍କ ମଧ୍ୟରେ ମାତ୍ରାଧିକ ପିସି କାରବାର ଯୋଙ୍ଗୁ ଏଭଳି ଅବସ୍ଥା ସୃଷ୍ଟିହୋଇଥିବା କୁହାଯାଉଛି l
ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଜି. ଉଦୟଗିରି ସହକାରୀ ନିର୍ବାହୀ ଯନ୍ତ୍ରୀ ପିଡବ୍ଲୁଡିଉପଖଣ୍ଡ କାର୍ଯ୍ୟାଳୟ ଅଧୀନରେ ଥିବାବନ୍ଧ ଛକ ଠାରୁ ଗ୍ରେସିଙ୍ଗିଆ ଯାଏ ରାସ୍ତା କାର୍ଯ୍ୟରେ l
ନିର୍ମାଣ ସମୟରେ ବି ଲୋକେ କାମ ଠିକ ଠାକ କରିବାପାଇଁ ଯନ୍ତ୍ରୀ ଓ ଠିକାଦାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହୀମଧ୍ୟ ଶୁଣିନଥିଲେ l ଫଳରେ ଠିକାଦାର ନିମ୍ନ ମାନର କାର୍ଯ୍ୟ କରିବାଫଳରେ ଏବେ ରାସ୍ତା ନଷ୍ଟ ହେବାକୁ ବସିଛି l
ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ଠିକାଦାର ଓ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟା ନୁଷ୍ଠାନ
ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି l
ଏସମ୍ପର୍କ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ମତାମତ ପାଇଁ ଯୋଗାଯୋଗ କରିଥିଲୁ ହେଲେ ସଂଭବ ହୋଇନଥିଲା

related posts

Leave a Comment