Home Breaking News ରାୟଗଡା ନଗର ଭାଜପା ତରଫରୁ ଦିବଙ୍ଗତ ସାମ୍ବାଦିକ ଅରିଂଦମଙ୍କ ପାଇଁ ଶୋକସଭା

ରାୟଗଡା ନଗର ଭାଜପା ତରଫରୁ ଦିବଙ୍ଗତ ସାମ୍ବାଦିକ ଅରିଂଦମଙ୍କ ପାଇଁ ଶୋକସଭା

by Times One Odia
Share with
     
 
 
   

ରାୟଗଡ-୨୫/୦୯-(ଧନେଶ୍ବର ରାଉତ)ଆଜି ଗତ କାଲି ଘଟିଥିବା ସାମ୍ବାଦିକଙ୍କ ଅକାଳ ମୃତ୍ୟୁକୁ ନେଇ ଭାରତୀୟ ଜନତା ପାର୍ଟି ରାୟଗଡ ନଗର ତରଫରୁ ଗଭୀର ଶୋକ ପ୍ରକଟ କରିବା ସହ ଏକ ନିର୍ଭୀକ ସାମ୍ବାଦିକଙ୍କୁ ଓଡିଶା ହରେଇଛି। ଶୋକ ସନ୍ତାପ୍ତ ପରିବାରକୁ ପ୍ରଭୁ ଜଗନ୍ନାଥ ଅସୀମ ଶକ୍ତି ଦିଅନ୍ତୁ, ଦୁଃଖରେ ଭାଙ୍ଗି ନଯାଇ ତାଙ୍କ ବଳିଦାନ କୁ ଏକ ନିର୍ଭୀକତାର ନିଦର୍ଶନ ଭାବି ଗର୍ବିତ ହେବା ଉଚିତ କାରଣ ସେ ଆମକୁ ଛାଡି ଚାଲିଗଲେ ସତ କିନ୍ତୁ ସେବା ଓ କର୍ତବ୍ୟ ଆଗରେ ଜୀବନ ର କିଛି ମୂଲ୍ୟ ନାହିଁ ବୋଲି ଅନ୍ୟ ସାମ୍ବାଦିକ ବନ୍ଧୁଙ୍କ ପାଇଁ ଉଦାହରଣ ସ୍ୱରୂପ ଚିର ଅମର ହୋଇ ରହିବେ ବୋଲି ଶ୍ରୀ ଦାସ କହିଛନ୍ତି। ସମସ୍ତ ସାମ୍ବାଦିକ ବନ୍ଧୁଙ୍କୁ ସାଦର ନମସ୍କାରରୁ ଆରମ୍ଭ କରି ଦୁଇ ମିନିଟ ମୌନ ପାଳନ କରି ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ଦାଶ ଙ୍କ ଆକସ୍ମିକ ଦୁର୍ଭାଗ୍ୟଜନକ ମୁର୍ତ୍ୟୁ କେବଳ ସାମ୍ବାଦିକ ଭାଇ/ଭଉଣୀ ମାନଙ୍କ ମଧ୍ୟରେ ନୁହେଁ ବରଂ ସମଗ୍ର ଭାରତ ବର୍ଷର ପ୍ରତେକ ଟି ନାଗରିକ ଯିଏ ଭି ଏହି ଘଟଣାଟିକୁ ଦେଖିଛନ୍ତି ସିଏ ଯେକୌଣସି ମାଧ୍ୟମ ହଉପଛେ କିନ୍ତୁ ସମସ୍ତଙ୍କ ହୃଦୟକୁ ଗଭୀର ଆଘାତ ପହଞ୍ଚାଇଛି.ଶବ୍ଦ ନାହିଁ କହିବାକୁ କଣ ଚାଲିଥିବ ବର୍ତ୍ତମାନ ମାନେ ସ୍ବର୍ଗୀୟ ଅରିନ୍ଦମ ଭାଇ ଙ୍କ ଘରେ!ଜଣେ ବନ୍ଧୁ ଜଣେ ଭାଇ ହିସାବରେ ଆଜି ଏତିକି ଅନୁରୋଧ କରିବି,ଆପଣ ମାନେ ଯେତେ ଦୁଃସାହାସିକ କାମ କରିବାକୁ ଚାହୁଁଛନ୍ତି କରନ୍ତୁ କିନ୍ତୁ ଏପରି କିଛି ପଦକ୍ଷେପ ନ ନିଅନ୍ତୁ ଜାହାପାଇଁ ଏପରି ଘଟଣାର ପୁନରାବୁର୍ତ୍ତି ହେବ. ସମାଜର ଜଣେ ଦାଇତ୍ୱବାନ ନାଗରିକ ଏବଂ ଜଣେ ରାଜନୈତିକ ଦଳର ସଦସ୍ୟ ରୂପେ ମୋର ଏବଂ ମୋ ସହଯୋଗୀ ଙ୍କ ସହଯୋଗ ସଦା ରହିବ ଯେତେବେଳେ ଭି ଆପଣଙ୍କ କୌଣସି ନାର୍ଯ୍ୟଦାବି ଏବଂ ଅସୁବିଧା ରହିବ. ମାଁ ମଝିଘରିଆଣି ଆପଣ ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ସୁରକ୍ଷା ର କବଚରେ ରଖନ୍ତୁ ତାହା ମୋର କାମନା.
ତତ୍ସହିତ ଦିବଙ୍ଗତ ଆତ୍ମା, ସର୍ଗୀୟ ଅରିନ୍ଦମ ଦାଶ ଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ ହଉ ଏବଂ ମାଁ ତାଙ୍କ ପରିବାର କୁ ସଙ୍କଟ ରୁ ଦୁରେଇ ରଖନ୍ତୁ ଏତିକି ହିଁ କାମନା । ତେଣୁ ସରକାରଙ୍କ ଠାରେ ମୃତ ଦିବଂଗତଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେବାସହ କ୍ଷତି ପୂରଣ ଅର୍ଥ ରାଶି ଭାବି ଚିନ୍ତି ଦେବାକୁ ଦାବି କରିଛନ୍ତି।

related posts

Leave a Comment