Home Breaking News ସଂସାର ଆରମ୍ଭ କରିବା ପୂର୍ବରୁ ଆରପାରିକୁ ଚାଲିଗଲେ ଲଭ ବାର୍ଡ଼

ସଂସାର ଆରମ୍ଭ କରିବା ପୂର୍ବରୁ ଆରପାରିକୁ ଚାଲିଗଲେ ଲଭ ବାର୍ଡ଼

by Times One Odia
Share with
     
 
 
   

ନବରଙ୍ଗପୁର: ସଂସାର ଆରମ୍ଭ ପୂର୍ବରୁ ଆରପାରିକୁ ଚାଲିଗଲେ ଲଭବାର୍ଡ | ପ୍ରେମର ପାଠ ପଢୁ ପଢୁ ବାଛିନେଲେ ଆତ୍ମହତ୍ୟାର ବାଟ | ଆଜି ପାପଡାହାଣ୍ଡି ବ୍ଲକ୍ ରେ, ଏମିତି ଘଟଣା ଘଟିଛି ଯାହାକି ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି | ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତର କଦଭାଟା ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି | ଯୁବତୀ କଦଭାଟା ଗ୍ରାମର ଶୁକମନ୍ ଭତରାଙ୍କ
ଝିଅ , ସବିତ୍ରୀ ଭତରା, ଯୁବକ କୋଇଲାରି ଗ୍ରାମର ବୁଦ୍ରା ଭତରାଙ୍କ ପୁଅ ବିଷ୍ଣୁ ଭତରା।
ଯୁବତୀଙ୍କ ପରିବାରର କହିବା ମୁତାବକ ଗତକାଲି ସନ୍ଧ୍ୟାରୁ ସେ ନିଖୋଜ ଥିଲେ | ଆଜି ଜଙ୍ଗଲରେ ଉଭୟ ପ୍ରେମିକ-ପ୍ରେମିକାଙ୍କର ମୃତଦେହ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା | ଏହା ଜଣାପଡିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ପାପଡାହାଣ୍ଡି ଥାନାରେ ଏତଲା ଦିଆଯାଇଛି | ତେବେ ମୃତ୍ୟୁର କାରଣ ଜଣାପଡିନାହିଁ |
ଘଟଣା ସ୍ଥଳରେ ପପଡ଼ାହାଣ୍ଡି ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତିରେ ପାପଡ଼ାହାଣ୍ଡି ଥାନା ଆଆଇସି ଶୁଭେନ୍ଦୁ କୁମାର
ଶବର ଏ ଏସ୍ ଆଇ – ଲାବନ୍ୟ ବେମୋଲ , ସେକେଣ୍ଡ ଅଫିସର,ଶିବାଜି ପଣ୍ଡା , କନେଷ୍ଟଳ ମକରନ୍ଦ ମାଝୀ ଓ ରମଣୀ ବାଘ ଘଟଣାର ତଦନ୍ତ କରିଥିଲେ

related posts

Leave a Comment