ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଗତକାଲି ମହାନଦୀର ମୁଣ୍ଡୁଳି ଠାରେ ହାତୀର ଉଦ୍ଧାର କାର୍ଯ୍ୟ ସମୟରେ ଓଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗ ହୋଇଥିଲା l ତେବେ ଅରିନ୍ଦମ ସବୁବେଳେ ଆଉ ସବୁ ସମୟରେ ସାହସିକତା ଦେଖାଇ ନିଜର କର୍ତ୍ତବ୍ୟ ସହ ଦର୍ଶକ ମାନଙ୍କୁ ଭଲ ଭିଡିଓ ଦେଖାଇବା ତାଙ୍କର ଏକ ପ୍ରକାର ନିଶା ଥିଲା l ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର ଜୀବନକୁ ବାଜି ଲଗାଇ ସେ ସବୁବେଳେ ସମସ୍ତ ସାମ୍ବାଦିକ ଙ୍କ ଠାରୁ ଦୁଇ ପାଦ ଆଗରେ ଥାନ୍ତି l ତାଙ୍କର ଏହି ଦୁଃସାହସିକ ପାଇଁ ଅନେକ ସାମ୍ବାଦିକ ଓ ସାଧାରଣ ଜନତା ମଧ୍ୟ ତାଙ୍କ ବିଷୟରେ ଆଲୋଚନା କରନ୍ତି l ହେଲେ ଗତକାଲି ତାଙ୍କ ପାଇଁ ସାହସିକତା ଥିଲା କାଳ l କାଳର କରାଳ ଭିତରେ ନିଜକୁ ବଞ୍ଚାଇ ପାରିଲେ ନାହିଁ ସେହି ଯୁବ ସାହସୀ ସାମ୍ବାଦିକ ତାଙ୍କ ପାଇଁ l କେବଳ ଓଡ଼ିଶା ନୁହେଁ ବରଂ ଅନେକ ରାଜ୍ୟ ରେଥିବା ସାମ୍ବାଦିକ, ନେତା, ଜନତା ସମସ୍ତେ ମର୍ମାହତ l ତାଙ୍କର ଅମର ଆତ୍ମାର ସଦଗତି ପାଇଁ ମାହାଙ୍ଗା ପ୍ରେସ କ୍ଲବ ର ସମସ୍ତ ସାମ୍ବାଦିକ ଏକାଠି ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି l ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ l ଏହାଛଡା ଯୁବ ସାମ୍ବାଦିକ ଅରିନ୍ଦମ ଦାଶ ଅକାଳ ବିୟୋଗ ପାଇଁ ରାଜ୍ୟ ସରକାର ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ମାହାଙ୍ଗା ପ୍ରେସ କ୍ଲବ ର ସମସ୍ତ ସାମ୍ବାଦିକ ମାନେ l
ସାମ୍ବାଦିକ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି
Share with