Home Breaking News / ତାଜା ଖବର ଭାଜପା ରାୟଗଡ ପଣ୍ଡିତ ଦିନ ଦୟାଲଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳନ କଲେ

ଭାଜପା ରାୟଗଡ ପଣ୍ଡିତ ଦିନ ଦୟାଲଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳନ କଲେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ଼ା ଭାରତୀୟ ଜନତା ପାର୍ଟି , ତରଫରୁ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତି ପାଳନ କରଯାଇଥିଲା | ଭାରତୀୟ ଜନତା ପାର୍ଟି ନ ଗଢି ଉଥିବା ଆଗରୁ ଜନ ସଙ୍ଘ ର ଜନାକ ଥିଲେ ସେତେବେଳେ ଅନ୍ୟ ରାଜନୈତିକ ଦଳର ଅଟହାସ ଷଡ଼ଯନ୍ତ୍ର ର ଶିକାର ହେବାକୁ ପଡିଥିଲା କିନ୍ତୁ ସେଥିରେ ଦବୀ ନଯାଇ ଆଜି ସେହି ପ୍ରୟାସର ଫଳ ସ୍ୱରୂପ ଆମକୁ ଏକ ଓଜସ୍ୱୀ ପ୍ରଧାନମନ୍ତ୍ରୀ ପ୍ରଦାନ କରୁଛି। ୧୯୧୬ ମସିହା ସେପ୍ଟେମ୍ବର ୨୫ ରେ ଉତ୍ତରପ୍ରଦେଶ ର ମଥୁରା ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟାବସ୍ଥା ରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ତତକାଳୀନ ଭାରତୀୟ ପ୍ରଶାସନିକ ସେବା ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ସରକାରୀ ଚାକିରି ନକରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘରେ ପ୍ରଚାରକ ଭାବେ ନିଜକୁ ରାଷ୍ଟ୍ର ପାଇଁ କରିଥିଲେ। ସେ ଚାହିଁଥିଲେ ଜଣେ ଦକ୍ଷ ପ୍ରଶାସକ ସାଜି ଇଂରେଜ ସରକାରଙ୍କ ସହଯୋଗୀ ବନି ପାରୁଥାନ୍ତେ କିନ୍ତୁ ତାହା ନକରି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ।ପରବର୍ତ୍ତି ଅବସ୍ଥାରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଗ୍ରହ କ୍ରମେ ପରମପୂଜନୀୟ ଗୁରୁଜୀଙ୍କ ଉପଦେଶ କ୍ରମେ ଭାରତୀୟ ଜନ ସଙ୍ଘର ସଂସ୍ଥାପକ ସଦସ୍ୟ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥୁଲେ। ସମ୍ପୂର୍ଣ୍ଣ ଭାରତ ଭ୍ରମଣରୁ ସେ ଭାରତର ବିକାଶ ପାଇଁ ସମାଜବାଦ, ପୁଞ୍ଜିବାଦ ଭିନ୍ନ ଏକାତ୍ମ ମାନବବାଦ ର ପ୍ରଣୟନ କରି ଭାରତକୁ ସଂଗଠିତ କରିଥୁଲେ| ଏହି ଉପଲକ୍ଷେ ଜ଼ିଲ୍ଲା ସଭାପତି ଶ୍ରୀ ଶିବ ପଟ୍ଟନାୟକ, ଶ୍ରୀ କିଶୋର ପଣ୍ଡା,ଶ୍ରୀ ପଦ୍ମନାଭ ଦାଶ,ଶ୍ରୀ ଭେଙ୍କଟ ରାଓ (କଣ୍ଡା ବାବୁ), ଶ୍ରୀମତୀ ଅର୍ଚନା ବର୍ମା, ଶ୍ରୀ ବିଭୀଷଣ ପାଣି, ଶ୍ରୀ ନାଗରାଜୂ,ଜ଼ିଲ୍ଲା ପଦାଧିକାରୀ କାର୍ଯ୍ୟକର୍ତ୍ତା,ନଗର ର ପଦାଧିକାରୀ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ସ୍ମୃତି ଚରଣ କରିଥିଲେ। ସେହିଭଳି ଗୁଣୁପୁର ମଣ୍ଡଳ ତରଫରୁ ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ବାଇ ଗଣପତି ଅମ୍ବାଦଳା ମଣ୍ଡଳରେ, ଜିଲ୍ଲା ଉପସଭାପତି ରମେଶ ସାମନ୍ତ, କଲ୍ୟାଣସିଙ୍ଘସପୁର ବ୍ଲକ ସିକାର୍ପଇ ମଣ୍ଡଳରେ ମନୋଜ କୁ ସେଠି ସମ୍ପାଦକ ପୂର୍ଣ ଚନ୍ଦ୍ର ପଟେଲ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ନାୟକଙ୍କ ନେତୃତ୍ୱରେ ପଣ୍ଡିତଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଜନ୍ମ ଦିନ ପାଳନ କରିଥିଲେ।

related posts

Leave a Comment