Home Breaking News ଆଜୀବନ କାରାଦଣ୍ଡ

ଆଜୀବନ କାରାଦଣ୍ଡ

by Times One Odia
Share with
     
 
 
   

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ୯ ବର୍ଷ ପରେ ମିଳିଲା ନ୍ୟାୟ । ୨୦୧୨ ମସିହାର ବହୁ ଚର୍ଚ୍ଚିତ କଟକ ଜିଲ୍ଲା ସାଲେପୁର ବିଜେଡି ଯୁବନେତା ଚିତ୍ତରଞ୍ଜନ ମହାନ୍ତି ହତ୍ୟାକାଣ୍ଡ ଘଟଣା ରେ ମାନ୍ୟବର ଏଡିଜେ କୋର୍ଟ ଦଣ୍ଡାଦେଶ ଶୁଣାଇଛିନ୍ତି । ୨୦୧୨ ମସିହାରେ ଏହି ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚ ତନାଘନା ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ରିପୋର୍ଟ ଓ ଫୋରେନସିକ ଏଭିଡ଼େନ୍ସ କୁ ଭିତ୍ତିକରି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ସେହି ରୋଧପୁର ଗ୍ରାମର ଦୁଷ୍ମତ ଦାସ ଓ ସଞ୍ଜୟ ଭୋଇ କୁ ମାନ୍ୟବର ଏଡିଜେ କୋର୍ଟ ଆଜୀବନ କାରାଦଣ୍ଡାଦେଶ ସହ ୭୦୦୦ଟଙ୍କା ଜରିମାନା ଶୁଣାଇଛନ୍ତି । ବିଜେଡି ନେତା ଚିତ୍ତରଞ୍ଜନ ମହାନ୍ତି ଙ୍କୁ ତାଙ୍କ ଘର ସମ୍ମୁଖରେ ତାଙ୍କ ଉପରକୁ ଏକାଧିକ ବୋମାମାଡ଼ କରି ହତ୍ୟା କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ଘଟଣା ର ତଦନ୍ତ ଭାର ନେଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ଦୁଷ୍ମତ ଓ ସଞ୍ଜୟ ର ସଂପୃକ୍ତି ଥିବା ଜାଣିବା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି ଦୁଇ ଅଭିଯୁକ୍ତ ଜାମିନ ରେ ଆସିଥିଲେ । ତେବେ ସହି ସମ୍ବେଦନଶୀଳ ଘଟଣା ରେ ମାନ୍ୟବର କୋର୍ଟ କେଶ ର ବିଚାର କରି ତାଙ୍କ ରାୟ ଶୁଣାଇବାପରେ ସବୁଦିନ ପାଇଁ ସଂପୃକ୍ତ ଦୁଇ ଅଭିଯୁକ୍ତ ଜେଲ ହାଜତ କୁ ଚାଲିଯାଇଛନ୍ତି । ଅନ୍ୟପଟେ ମାନ୍ୟବର କୋର୍ଟ ୯ ବର୍ଷ ପରେ ରାୟ ପ୍ରକାଶ କରି ଚିତ୍ତ ରଞ୍ଜନ ପରିବାରକୁ ନ୍ୟାୟ ମିଳିଥିବା କ୍ରାଇମବ୍ରାଞ୍ଚ ଓକିଲ କହିଛନ୍ତି । ଅନ୍ୟପଟେ ଚିତ୍ତରଞ୍ଜନ ର ବାପା କାନ୍ଦି କାନ୍ଦି ମାନ୍ୟବର କୋର୍ଟ କୁ କୃତଜ୍ଞନ୍ତା ଜଣାଇଛନ୍ତି ।

related posts

Leave a Comment