Home Breaking News / ତାଜା ଖବର ଗୁଣି ଗାରେଡିକୁ କେନ୍ଦ୍ର କରି ବିବାଦ, ମୁସ୍କିଲି ଗ୍ରାମରେ ମୁସ୍କିଲ ବଢିଯାଇଛି

ଗୁଣି ଗାରେଡିକୁ କେନ୍ଦ୍ର କରି ବିବାଦ, ମୁସ୍କିଲି ଗ୍ରାମରେ ମୁସ୍କିଲ ବଢିଯାଇଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆଜିର ବିଜ୍ଞାନ ଯୁଗରେ ବି ଗୁଣିଗାରଡ଼ି କୁ ଭୁଲି ପାରୁନାହାନ୍ତି ଗ୍ରାମବାସୀ l
ଗୁଣି ଗାରେଡି କୁନେଇ ବାଲିଗୁଡା ଥାନା ଅନ୍ତର୍ଗତ ମୁସକୀଲୀ ଗ୍ରାମ ରେ ମୁସ୍କିଲ ବଢି ଯାଇଛି lଶେଷରେ ମାମଲା ଯାଇ ଥାନାରେ ପହଂଚିଛି l
ସୂଚନା ଯୋଗ୍ୟ ଯେ ଗ୍ରାମର ଲକ୍ଷ ଣ ମଲ୍ଲିକ ନାମକ ଜଣେ ଵ୍ୟକ୍ତି ଗୁଣି ଗାରେଡି କରୁଥିବା ନେଇ ଗ୍ରାମବାସୀ ପ୍ରଥମେ ସନ୍ଦେହ କରିଥିଲେ l
ପରେ ସନ୍ଦେହ ଦୃଢ଼ୀଭୁତ ହେବା ଫଳରେ ଗ୍ରାମବାସୀ ଏକ ବୈଠକ ଡକାଇ ଲକ୍ଷଣ କୁ ଏଥିରୁ ନିବୃତ ହେବାକୁ କହିଥଲେ l
ତେବେ ଲକ୍ଷଣ ମଳିକ ଗାୟତ୍ରୀ ପରିବାର ର ହୋଇଥିବାଫଳରେ ସେ ପୂଜାର୍ଚନା କରୁଥିବା କହିଛନ୍ତି lସେ
କୌଣସି ଗୁଣି ଗାରେଡିରେ ବିଶ୍ୱାସ କରୁନଥିବା କହିଛନ୍ତି lତଥାପି ଗ୍ରାମବାସୀ ତାଙ୍କ ସ୍ତ୍ରୀ ଙ୍କୁ ଗୁଣିଆ ସନ୍ଦେହ କରୁଥିବା ଲକ୍ଷଣ କହିଛନ୍ତି l
ଗାଁ ରେ କୌଣସି କାରଣ ରୁଛେଳି, କୁକୁଡ଼ା, ଗାଇ ମରିଗଲେ ଗୁଣିଆ ଖାଇଲା କହୁଛନ୍ତି lସେହିପରି ଉଚ୍ଚରକ୍ତଚାପ ଜୋଂଗୁଁ ଜଣେ ବ୍ୟକ୍ତିର ମୃତ୍ଯୁ ହୋଇଥିଲା ହେଲେ ଗ୍ରାମବାସୀ ଗୁଣିଆ ଫଳରେ ମୃତ୍ଯୁ ହୋଇଥିବା ସନ୍ଦେହ କରି ଅଭିଯୋଗ କରୁଥିବା ଲକ୍ଷଣ କହିଛନ୍ତି l
ଫଳରେ ନିଜକୁ ଅସୁରକ୍ଷିତ ମନେକରି ଲକ୍ଷଣ ମଳିକ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିବା କହିଛନ୍ତି l
ତେବେ ଅଭିଯୋଗ ପାଇ ପୋଲିସ କି କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁଛି ତାକୁ ଦେଖିବାକୁ ବାକି ରହିଲା l
ଏହି ଘଟଣା କୁ ନେଇ ମୁସକୀଲୀ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି

related posts

Leave a Comment