Home Breaking News ଅଧିକ ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହ ଇଣ୍ଟରନେଟ ସେବା ଉପରେ ଗୁରୁତ୍ଵ

ଅଧିକ ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହ ଇଣ୍ଟରନେଟ ସେବା ଉପରେ ଗୁରୁତ୍ଵ

by Times One Odia
Share with
     
 
 
   

ଫୁଲବାଣୀ-୨୫/୯(ସୁନୀଲପଟନାୟକ): ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଗ୍ରାହକ ସେବାକେନ୍ଦ୍ର ଖୋଲିବା ସହି ଇଣ୍ଟରନେଟ ସେବା ଉପରେ ଅଧିକ ଗୁରୁତ୍ଵ ଦେବା ଲାଗି କନ୍ଧମାଳ ଜିଲ୍ଲାପାଳ ଡ଼. ବୃନ୍ଦାଡ଼ି ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ପରିଷଦ ସମ୍ମିଳନୀ ରେ ପରାମର୍ଶ ଦେଇଛନ୍ତି। ସେହିପରି ଜିଲ୍ଲାର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରହ ବିଭିନ୍ନ କ୍ଷେତ୍ରରେ ରୁଣ ପ୍ରଦାନ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ସେହି ପରି କନ୍ଧମାଳ ଏସପି ଭିନିତ ଅଗ୍ରୱାଲ ବ୍ୟାଙ୍କ ଓ ଏଟିଏମ କାଉଣ୍ଟର ଗୁଡିକରେ ଲାଗିଥିବା ସିସିଟିଭି ଗୁଡ଼ିକ ଠିକ ଭାବେ କାର୍ଯ୍ୟକରୁଛି କି ନାହିଁ ନିୟମିତ ଯାଞ୍ଚ କରିବା ଲାଗି ବ୍ୟାଙ୍କ ଅଧିକାରୀମାନଙ୍କୁ କହିଥିଲେ ।
ସେହିପରି ବ୍ୟାଙ୍କଗୁଡିକ ଜିଲ୍ଲାରେ ଜୁନ୨୦୨୧ ନୂଆ ୪ହଜାର ୭୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ବ୍ୟାଙ୍କ ସମୁହ ଦ୍ଵାରା କୃଷିକ୍ଷେତ୍ରରେ ୫୨୨ କୋଟି ୬ଲକ୍ଷ, ଲଘୁ ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ୧୯୧ କୋଟି ୨୬ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀକୁ ୨୧୦ କୋଟି ୧୫ ଲକ୍ଷ, ମହିଳାମାନଙ୍କୁ ୩୨୧ କୋଟି ୩୬ଲକ୍ଷ,ସଂଖ୍ୟାଲଘୁ ସଂପ୍ରଦାୟକୁ ୭୮ କୋଟି ୮୬ ଲକ୍ଷ, ଅନୁସୁଚିତ ଜାତି ଓଜନ ଜାତିଙ୍କୁ୪୭୮ କୋଟି ୩୬ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ପ୍ରଦାନ କରାଯାଇଛି ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ। ପାଳ ବସନ୍ତ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାରପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵରଂଜନ ନା ଏକ, ଏସବିଆଇର ଆଞ୍ଚଳିକ ପରିଚାଳକ ହୃଦୟରଂଜନ ଦାସ, ଏଲବି ଓଏସକେପଟ୍ଟନୀୟ କ ପ୍ରମୁଖଙ୍କ ସମେତ ବହୁ ବରୀଷ୍ଠ ଅଧିକାରୀ ଯୋଗ ଦେଇଥଲେ ।

related posts

Leave a Comment