ଫୁଲବାଣୀ(ସୁନୀଲ ପଟନାୟକ): ସମ୍ଭାବ୍ୟ ବାତ୍ୟା ପବଳ ବର୍ଷା ଆଶଙ୍କା ସୃଷ୍ଟିକୁ ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରବିବାର ଓ ସୋମବାରକ ଦୁଇଦିନ ଧରି ଆସୁଥିବା ବାତ୍ୟାରେ କନ୍ଧମାଳ ଜିଲା ପ୍ରଭାବିତ ହେବ।ନେଇ ପାଣି ପାଗ ବିଭାଗର ଜିଲ୍ଲାକୁ ରେ ଡ଼
ୱ।ର୍ଣ୍ଣି ଜାରୀ କରି ସତର୍କ ସୁଚନା ଜାରି କରିଥିବା ରୁ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିଥିବାକଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି ।
ଜିଲ୍ଲାପାଳ ବୁନ୍ଦାଡ଼ି ଙ୍କ ଅଧ୍ୟକ୍ଷତାରେ ସମସ୍ତ ୧୨ଟି ଯାକ ବ୍ଳକର ବିଡିଓ ତହସିଲଦାର ଓ ଲାଇନ ଡିପାର୍ଟମେଣ୍ଟର ସମସ୍ତ ଅଫିସର ମାନେ ଯୋଗ ଦେଇ ଥିଲେ।
ଜିଲ୍ଲା ସଦରମହକୁମାରେବ୍ଲକ ସ୍ତରରେ କଣ୍ଡ୍ରୋଲ ରୁମଗୁଡିକ ଖୋଲା ରଖିବା ସହ ବିଭିନ୍ନ ଅଞ୍ଚଳରେସ୍କୁଲଗୁଡିକୁ ବାତ୍ୟା ଆଶ୍ରୟ ସୁଳୀ ଭାବେ ଚିହ୍ନଟ କରାଯାଇଛି । ଆଶ୍ରୟ ନେଇଥିବା ଲୋକଙ୍କୁ ସେହି ସେଣ୍ଟରରେ ଫ୍ରି କିଚେନ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ କହିଛନ୍ତି ।
ସମ୍ଭାବ୍ୟ ବାତ୍ୟା ଆଶଙ୍କା ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି
Share with
previous post