Home Breaking News / ତାଜା ଖବର ଗଭୀର ଅବପାତର ରୂପ ନେଲା ଅବପାତ, ୮ ଜିଲ୍ଲାକୁ ୟେଲୋ ସତର୍କତା

ଗଭୀର ଅବପାତର ରୂପ ନେଲା ଅବପାତ, ୮ ଜିଲ୍ଲାକୁ ୟେଲୋ ସତର୍କତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ପରେ ଗଭୀର ଅବପାତର ରୂପ ନେଇଛି । ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ପାଲଟି ଯାଇଥିବାରୁ ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ପାଇଁ ପାଣିପାଗ ବିଭାଗ ବାତ୍ୟା ସତର୍କ ସୂଚନା ଜାରି କରିଛି। ଗତ ୬ ଘଣ୍ଟା ମଧ୍ୟରେ ଉପରୋକ୍ତ ଅବପାତ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମାଭିମୁଖୀ ହେବା ସହ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି। ଏହି ଅବପାତ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଠାରୁ ପ୍ରାୟ ୫୧୦ କିଲୋମିଟର ଏବଂ କଳିଙ୍ଗପଟନମ୍‌ର ଉତ୍ତର ଓ ଉତ୍ତରପୂର୍ବକୁ ପ୍ରାୟ ୫୯୦ କିଲୋମିଟର୍ ଦୂରରେ ରହିଛି।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ପାଲଟିବାର ସମ୍ଭାବନା ରହିଛି।
ଆସୁଥିବା ଲଘୁଚାପ ଆଗକୁ ବାତ୍ୟାର ରୂପ ନେଇପାରେ । ସେଥିପାଇଁ ରାଜ୍ୟର ୮ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି । ଏହି ଜିଲ୍ଲା ଗୁଡିକ ହେଉଛି କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ , ଖୋର୍ଧା, ଗଂଜାମ, ଗଜପତି, ନୟାଗଡ, କଟକ । ଆସନ୍ତା ୧୨ ଘଂଟା ମଧ୍ୟରେ ଅବପାତ ବାତ୍ୟାର ରୂପ ନେବା ସଂଭାବନା ରହିଛି ।

related posts

Leave a Comment