Home Breaking News / ତାଜା ଖବର ଅରିନ୍ଦମଙ୍କ ଅକାଳ ବିୟୋଗରେ ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଅରିନ୍ଦମଙ୍କ ଅକାଳ ବିୟୋଗରେ ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଶୁକ୍ରବାର ସଂଧ୍ୟା ରେ ଫୁଲ ବାଣୀ ପ୍ରେସକ୍ଲବ ଠାରେ ଜିଲା ପ୍ରେସକ୍ଲବ ଓ ମିଡ଼ିଆ ଫରୋମ ପକ୍ଷରୁ ଓ ଟିଭି ର ସିନିୟର ରିପୋର୍ଟର ଅରିନ୍ଦମ ଦାସ ଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ମୁଣ୍ଡଳୀଠାରେ ଓଡ୍ରାଫ ଟିମ ସହ ଗ୍ରାଭଣ୍ଡଜିରୋରେ ଯାଇ ହାତୀ ଉଦ୍ଧାରଖବର ସଂଗ୍ରହ ବେଳେ ହଠାତ ଭାରସାମ୍ୟ ହରାଇ ବୋଟ ବୁଡିଯିବା ଫଳରେ ସାମ୍ବାଦିକଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବାବେଳେ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଅରିନ୍ଦମଙ୍କ ଅକାଳ ମୃତ୍ୟୁରେ ଫୁଲ ବାଣୀ ପ୍ରେସକ୍କବଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଅଶୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ସେହିପରି କଟକ ବଡ ଡାକ୍ତରଖାନାର ଆଇସିୟୁ ରେ ମୃତ୍ୟୁସହ ସଂଗ୍ରାମ କରୁଥିବା କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା।
ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ ସଭାପତିତ୍ଵ କରିଥିଲେ । ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଅ ରିନ୍ଦମଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା,
ଏହି ଅବସରରେ ସ୍ଵର୍ଗତ ଅରିନ୍ଦମ ଦାସ ଜଣେ ନିର୍ଭିକ,କର୍ମଠ , ଦାୟିତ୍ୱବାନ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ବନ୍ୟା କିମ୍ବା ବାତ୍ୟା ବେଳେ ହେଉ କିମ୍ଵା ମାଓବାଦୀ ଘଟଣାସଂପର୍କିତ ଖବର ଗୁଡ଼ିକ ଗ୍ରାଭଣ୍ଡ ଜି6ରା କୁ ଯାଇ ଲାଇଭ କଭରେଜ କରୁଥିଲେ । ଫଳରେ କମ ବୟସରେ ସେ ରାଜ୍ୟରେ ବେଶ ନାଁ କମାଇ ପାରିଥିଲେ । ତେ6ବ କିଏ ଜାଣିଥିଲା ଯେ ଆଜି ଏହା ଶେଷ ତାଙ୍କର ଶେଷଦିନ ହେବ ବୋଲି ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକତା ଜଗତରେଅପୁରଣୀୟ କ୍ଷତି ଘଟିଲା ବୋଲି ସଭାପତି ସୁନୀଲ ପଟ୍ଟନାୟକ ବର୍ଣ୍ଣନା କରିଥିଲେ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରି ସଭାପତି ଅଶୋକ ପରୀଡ଼ା. ଉପସଭାପତି ସୁନୀଲ ବିଶ୍ଵାଳ, ସତ୍ୟନାରାୟଣ ବେହେରା, ସଂପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ ,ସନ୍ତୋଷ ଡିଗାଲ, ତ୍ରିନାଥ ସାହୁ, ଅଶୋକ ମହାନ୍ତି,ଶିବାନନ୍ଦ ପଟନାୟକ, ସୂର୍ଯ୍ୟ ନାରାୟଣ ବେହେରା, ଖିରୋଦ ସାହାଣୀ,ଆଦିତ୍ୟ ତ୍ରୀପାଠି, ସଦାଶିବ ପାତ୍ର , କାହ୍ନl ପଟନାୟକ,ଚାନ୍ଦ, ପ୍ରମୁଖ ଯୋଗ ଦେଇ ନିଜ ଜୀବନକୁ ବାଜି ଲଗାଇ ସବୁବେଳେ ଆଗୁଆ ତଥା ଏକସକ୍ଳସିଭ ଖବର ପ୍ରକାଶ କରୁଥିବା ଅରିନ୍ଦମ ଆଜି ନିଜେ ଖବର ପାଲଟି ଗଲେ । ଯାହାକି ଆଜି ଗଣମାଧ୍ୟମ ଜଗତକୁ ମର୍ମାହତ ଆଉ ସ୍ତବ୍ଧ କରିଦେଇଥିଲା ବୋଲି କହିବା ସହ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।
ସେହିପରି ସ୍ୱର୍ଗତ ଅରିନ୍ଦମଙ୍କ ପରିବାରବର୍ଗଙ୍କ ଉପଯୁକ୍ତ କ୍ଷତିପୁରଣ ଯୋଗ । ଇଦେବା ଲାଗି ଦାବୀ କରିଥିଲେ ।ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ll

related posts

Leave a Comment