Home Breaking News / ତାଜା ଖବର ଗଞ୍ଜେଇର ଭୁସର୍ଗ ପାଲଟିଛି ମାଲକାନଗିରି

ଗଞ୍ଜେଇର ଭୁସର୍ଗ ପାଲଟିଛି ମାଲକାନଗିରି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): କିଏ କହେ ନୀଳ ଜହର ତ କିଏ କହେ ସବୁଜ ହୀରା ।।। ଗଂଜେଇ ର ଭୁ ସର୍ଗ କହିଲେ ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ଏହା ମାଲକାନଗିରି କୁ ବୁଝାଏ । ଦେଖନ୍ତୁ କେମିତି ସ୍ୱତନ୍ତ୍ର ଚାମ୍ବର କରି ଚୋରା ଚାଲାଣ କରନ୍ତି ଏହି ଗଂଜେଇ ମାଫିଆ ମାନେ।
ଏହି ଏକ ମାସ ଭିତରେ ପ୍ରାୟ 7ଟୋନ ଗଂଜେଇ ଧରା ହେଇ ସରିଲାଣି। ତଥାପି ଏହକୁ ଖାତିର ନ କରି ବେପାରୀ ଚଳେଇଛନ୍ତି ଏହି କଳା କାରବାର । ଆଜି ପୁଣି ଅର୍କେଲ ପୋଲିସ ଧରିବାରେ ସଫଳ ହେଇଛନ୍ତି ଆଉ ଏକ ବୋଲେରୋ ପିକୋପ ଗାଡି ସହ ଦୁଇ ଜଣ ଗଂଜେଇ ବେପାରୀ।ଜଣେ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ମୁକେଶ କୁମାର ଓ ଅନ୍ନ ଜଣେ ବାଲିମେଳାର ଅସୀମ ମଲ୍ଲିକ ।ଏମାନେ ଗାଡିକୁ ଏକ ସତନ୍ତ୍ର ବକ୍ସ କରି ଅବିକଳ ଉପାୟରେ ନେଉଥିଲେ ଏକ ଟୋନ ଗଂଜେଇ।କିନ୍ତୁ ଆଇନ କୁ ଫାଙ୍କି କେତେଦିନ ।ଦିନେ ନା ଦିନେ ତ ପଡିବାର ଥିଲା।।ଧନ୍ୟବାଦ ଆମ times one ଓଡ଼ିଆ ତରଫରୁ ପୋଲିସ ପ୍ରଶାସନକୁ ଯେ ମାଲକାନଗିରି ଜିଲ୍ଲା ଘଞ୍ଚ ଜଙ୍ଗଲ ଏଠି ଦିନରେ ବି ବାଘ ଭାଲୁ ଦେଖାଯାଏ ଏହାକୁ ଖାତିର ନ କରି ନିଶା କାରବାର ମାଓ ଗତିବିଧି କୁ ସବୁବେଳେ ନିଜ ଜୀବନ ବାଜି ଲଗାଇ ସଜାଗ ରହୁଛନ୍ତି।
କେବେ ଏହି ନିଶା ଓ ନିଶା କାରବାର କବଳରୁ ସାଧାରଣ ଲୋକ ମୁକୁଳିବେ ଏହା ଏବେ ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି।

related posts

Leave a Comment