Home Breaking News / ତାଜା ଖବର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅବପାତ, ଓଡିଶା ଆଡକୁ ମୁହାଁଉଛି ଆଉ ଏକ ବାତ୍ୟା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଅବପାତ, ଓଡିଶା ଆଡକୁ ମୁହାଁଉଛି ଆଉ ଏକ ବାତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଓଡିଶା ଆଡକୁ ଆଉ ଏକ ବାତ୍ୟା ଆସୁଛି । ଆସୁଥିବା ବାତ୍ୟାର ନାମ ଡିଆଁମୁ ବୋଲି ନାମକରଣ କରାଯାଇଛି । ଦକ୍ଷିଣ ଓଡିଶା-ଉତର ଆନ୍ଧ୍ରପ୍ରଦେଶ ଦେଇ ଆସନ୍ତା ୨୬ ତାରିଖ ବେଳକୁ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମଧ୍ୟଭାଗରେ ଥିବା କଳିଙ୍ଗପାଟ୍ଟନମ ଦେଇ ଗତି କରିବ ବୋଲି ପ୍ରାଥମିକ ସୂଚନା ମିଳିଛି । ହସ୍ତଗତ ହୋଇଥିବା ସୂଚନା ମୁତାବକ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲମାର୍କରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହେବ । ଅଧିକ ଘନୀଭୂତ ହେଲେ ଏହା ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

related posts

Leave a Comment