ରାୟଗଡା(ଧନେଶ୍ବର ରାଉତ): ରାୟଗଡା ଜିଲା କାଶୀପୁର ବ୍ଲକକୁ ଏସିଏସଟି ଉନ୍ନୟନ ବିଭାଗ ନିର୍ଦ୍ଦେଶିକା ଗୁହା ପୁନମ ତାପସ କୁମାରଙ୍କ ସହ ରାୟଗଡା ଜିଲାପାଳ ସରୋଜ କୁମାର ମିଶ୍ର ଆଜି ଗସ୍ତକରିଛନ୍ତି।ଏହି ଗସ୍ତ ସମୟରେ ପ୍ରଥମେ କାଶୀପୁର ବିଡିଓ ଗୌରଚନ୍ଦ୍ର ପଟ୍ଟନାୟକ ଏବଂ କାଶୀପୁର ତହସିଲଦାର ଶରତ ଶବର ଫୁଲତୋଡା ଦେଇ ନିର୍ଦ୍ଦେଶିକାଙ୍କୁ ସ୍ବାଗତ କରିଥିଲେ। ଏହାପରେ ଥୁଟିବର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଗସ୍ତ କରି ସେଠାରୃଥିବା ବାଳିକା ହଷ୍ଟେଲ ବୁଲିଦେଖିଥିଲେ।ଏହା ପରେ ବିଦ୍ୟାଳୟର ଶ୍ରେଣି ଗୃହକୁ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ।ଏହାପରେ କାଶୀପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରି ସରକାରଙ୍କ ଦ୍ବାରା ୫ଟି ଅଧିନସ୍ଥ ମୋ ସ୍କୁଲ ଅଧିନରେ ବିଦ୍ୟାଳୟ ପରିସରରେ ଆଧୁନିକରଣ ପାଇଁ ଚାଲିଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପରିସରରେ ଥିବା ହଷ୍ଟେଲ ବିସୟରେ ବିଦ୍ୟାଳୟର ଶୀକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଆୟୋଚନା କରିବା ସହ ହଷ୍ଟେଲରେ ପରିଚାଳନା ବିଷୟରେ ପଚାରି ବୁଝିଥିଲେ।ନିଦ୍ର୍ଦେଶିକାଙ୍କ ଏହି ଗସ୍ତ ସମୟରେ ବିଦ୍ୟାଳୟ କର୍ମଚାରି,ବିଡିଓ,ତହସିଲ ଦାର ଫୁଲ ଟୁଡା ଦେଇ ସ୍ବାଗତ ଜଣାଇଥିଲେ।ଏହି ଗସ୍ତ ସମୟରେ କାଶୀପୁର ବିଡିଓ ଗୌର ଚନ୍ଦ୍ର ପଟ୍ଟନାୟକ,ତହସିଲଦାର ଶରତ ଶବରଙ୍କ ସହ ସମସ୍ତ ବିଭାଗର ଅଧିକାରି ମାନେ ଉପସ୍ଥିତଥିଲେ।
ଏସିଏସଟି ଉନ୍ନୟନ ବିଭାଗ ନିର୍ଦ୍ଦେଶିକାଙ୍କ କାଶୀପୁର ବ୍ଲକ ଗସ୍ତ
Share with
previous post