Home Breaking News ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ଶୁଭାରମ୍ଭ, ଶୁଭଖୁଣ୍ଟି ସ୍ଥାପନ କଲେ କରୋନା କଟକଣାରେ

ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ଶୁଭାରମ୍ଭ, ଶୁଭଖୁଣ୍ଟି ସ୍ଥାପନ କଲେ କରୋନା କଟକଣାରେ

by Times One Odia
Share with
     
 
 
   

ଫୁଲ ବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଜି. ଉଦୟଗିରି ବହୁ ପୁରାତନ ଦୁର୍ଗାପୂଜା କମିଟି ତରଫରୁ ଆଜି ପ୍ରସ୍ତୁତି ର ଶୁଭାରମ୍ଭ ପୂର୍ବକ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ଜି. ଉଦୟଗିରି ପ୍ରସିଦ୍ଧ ଏବଂ ବହୁ ପୂରାତନ ପୂଜା ମଣ୍ଡପର ଦୁର୍ଗାପୂଜା ପର୍ବ ମହାଆଡମ୍ବର ରେ ପାଳନ ହୋଇ ଆସୁଥିବା ବେଳେ କରୋନା ମହାମାରୀ କାରଣରୁ ଏବେ କିଛି ବର୍ଷ ହେଲା କେବଳ ରିତୀନିତି ସଂପୂର୍ଣ୍ଣ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ଯ କରୋନା କଟକଣା ମଧ୍ଯ ରେ ନିରାଡମ୍ବର ପାଳନ କରିବା ପାଇଁ ପୂଜା କମିଟି ସ୍ଥିର କରିଛି। ଆଜି କରୋନା କଟକଣା ମଧ୍ଯ ରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ପୂଜା କମିଟି ସଭାପତି କାଳୁ ଚରଣ ପଣ୍ଡା, ସଂପାଦକ ଅରୁଣ କୁମାର ଷଡଗିଂ, ବ୍ଯବସାୟି ସଂଘ ସଭାପତି ମନୋଜ ମହାପାତ୍ର, କୋଷାଧ୍ୟକ୍ଷ ସଞିବ କୁମାର ସୁବୁଦ୍ଧି, କାଯ୍ଯକାରେଣି ସଭ୍ଯ ଚନ୍ଦନ ପାଣିଗ୍ରାହୀ, ଦେବୀ ପ୍ରସାଦ, ଗଗାଂ ପାତ୍ର, ସହିତ କର୍ତ୍ତା ରବିନ କୁମାର ପାଢ଼ୀ, ପୁରୋହିତ ସୂର୍ୟ୍ଯ ନାରାୟଣ ଆଚାର୍ଯ୍ୟ, ସୁଧାସୁଂ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଜି.ଉଦୟଗିରି ଅଂଚଳରେ ଏହା ଏକମାତ୍ର ପ୍ରମୁଖ ଯାତ୍ରା ହୋଇଥିବା ବେଳେ ଏଥିରେ ପୂଜା କମିଟି ସହିତ ବ୍ଯବସାୟୀ, ସାଧାରଣ ଜନତାକଂ ସହଯୋଗ ରହିଥାଏ। ୫ ଦିନ ଧରି ଆୟୋଜିତ ଏହି ଦୂର୍ଗାପୂଜା ରେ ସାଂସ୍କୃତିକ କାଯ୍ଯକ୍ରମ ସହିତ ଭସାଣି ଉସ୍ଛବ ଦେଖିବା ପାଇଁ ଆଖପାଖ ଗ୍ରାମାଞ୍ଚଳରୁ ଭକ୍ତକଂ
ଜମାବଡା ଦେଖିବାକୁ ମିଳିଥାଏ। କରୋନା କଟକଣା ରେ ଏବେ ଭକ୍ତ ପାଇଁ ମା କଂ ଦର୍ଶନ ଆଶା ଆଶାରେ ହିଁ ରହିଯାଉଛି।

related posts

Leave a Comment