Home Breaking News ଏନଏସି ପାର୍କ ଓ ଗୋଷ୍ଠୀଗୃହ ନିର୍ମାଣ ପାଇଁ ଜଙ୍ଗଲ ସୁରକ୍ଷା କମିଟି ଗଠନରେ ଜାଲିଆତି ଅଭିଯୋଗ

ଏନଏସି ପାର୍କ ଓ ଗୋଷ୍ଠୀଗୃହ ନିର୍ମାଣ ପାଇଁ ଜଙ୍ଗଲ ସୁରକ୍ଷା କମିଟି ଗଠନରେ ଜାଲିଆତି ଅଭିଯୋଗ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ ଏ ସି ରେ ଦିନକୁ ଦିନ ଦୁର୍ନୀତି ଓ ଜାଲିଆତି ବୃଦ୍ଧି ପାଇବାକୁ ଲାଗିଛି l ଏଥିରେ କିଛି ସ୍ୱାର୍ଥନ୍ୟସ୍ତ ଗୋଷ୍ଠୀ ଓ କିଛି ଅସାଧୁ ଏନ ଏ ସି କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି l ଏସବୁ ଭିତରେ ବାଲିଗୁଡା ଏନ ଏ ସି ରୁ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି l ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୋଷ୍ଠୀକେନ୍ଦ୍ର ଓ ପାର୍କ ନିର୍ମାଣ ପାଇଁ ଗଠିତ ଜଙ୍ଗଲ ସୁରକ୍ଷା କମିଟି ଗଠନରେ ବ୍ୟାପକ ଜାଲିଆତି କରାଯାଇଛି l ଏନ ଏ ସି ର ପାଞ୍ଚନମ୍ବର ୱାର୍ଡର ଲୋକଙ୍କୁ ନ ଜଣାଇ ତରବରିଆ ଭାବେ କିଛି ସ୍ୱାର୍ଥପର ଗୋଷ୍ଠୀଙ୍କୁ ଧରି ଖୁବ କମ ଲୋକଙ୍କୁ ଡାକି ଜାଲିଆତି କରି କମିଟି ଗଠନକରିଥିବା ନେଇ ବିରୋଧ କରିଛନ୍ତି ୱାର୍ଡବାସୀ l ଏହାର ନିରପେକ୍ଷ ତଦନ୍ତକରି ଗଠିତ କମିଟିକୁ ଖାରଜକରି ପୁନଃ ନୂତନ କମିଟି ଗଠନ ପାଇଁ ଅତିରିକ୍ତଉପ ଜ଼ିଲ୍ଲାପାଳ ହରିଶଚନ୍ଦ୍ର ପ୍ରଧାନଙ୍କ ଜରିଆରେ ଉପ ଜ଼ିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଇଥିବା ଜଣାପଡିଛି l

related posts

Leave a Comment