Home Breaking News ସରକାରୀ ଯୋଜନାକୁ ଚାହିଁ ଚାହିଁ ଚାଲିଗଲା ଜୀବନ

ସରକାରୀ ଯୋଜନାକୁ ଚାହିଁ ଚାହିଁ ଚାଲିଗଲା ଜୀବନ

by Times One Odia
Share with
     
 
 
   

କାମାକ୍ଷାନଗର(ଟୁକୁନ୍ ବିଶ୍ବାଳ): ନେତା ମନ୍ତ୍ରୀ ନା ପ୍ରଶାସନ ଆଡ ଆଖିରେବି ଦେଖିଲେ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ପଞ୍ଚାୟତ କେନ୍ଦୁମୁଣ୍ଡା ଗ୍ରାମରେ । ଗାଁର ପିତାମ୍ବର ଦେହୁରୀ ଯିଏକି ଅଜଣା ରୋଗରେ ପୀଡିତ ଓ ତାଙ୍କର ପୁତ୍ର ଭିନ୍ନ କ୍ଷମ ସ୍ତ୍ରୀ ଆରପାରିକୁ ଚାଲିଯାଇଛି ,ଜରି ଟଣା ଘରେ ବିତାଉଥିଲେ ଜୀବନ। ପିତାମ୍ବର ଙ୍କ ନା ଥିଲା ରୋଜଗାର ନା ଥିଲା ଭଲ ଖାଇବାକୁ ଗଣ୍ଡେ । ରହିବା ଘର କଥା ନ କହିବା ଭଲ । ତାହା ପୁଣି ଅଜଣା ରୋଗର ଦାଉ । ସରକାରଙ୍କୁ ଗୁହାରି କରି କରି ସରକାରୀ ଯୋଜନା ଆଶା ଛାଡ଼ିଦେଇ ଥିଲେ । ହେଲେ ସମାଜସେବୀ ଦୁଃଖବନ୍ଧୁ ବିଶ୍ଵାଳ ଙ୍କ ସହଯୋଗରେ ସରକାର ଙ୍କ ତରଫରୁ ଖାଲି ପାଞ୍ଚ କେଜିଆ ଚାଉଳ ଗଣ୍ଡାଏ ରେ ବହୁ କଷ୍ଟରେ ଚଳି ଆସୁଥିଲେ । ଆଉ ଅନ୍ୟ ସରକାରୀ ଯୋଜନା ରୁ ବଞ୍ଚିତ ଥିଲେ । ଏ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୋୖଣସି ଦୃଷ୍ଟି ଦେଉନଥିଲେ । ଖାଲି ନିର୍ବାଚନ ସମୟ ଆସିଲେ ମାଳମାଳ ନେତା ଆସି ମିଛ ପ୍ରତିଶ୍ରୁତି ଦେଇ ବାହସ୍ପଟ ମାରିବେ ଆଉ ନିର୍ବାଚନ ସରିଗଲେ ବାବୁଙ୍କ ଆଉ କେବେବି ପାଦ ପଡେନାହିଁ ଗାଁ ରେ । ଏଠି ବଡବଡିଆ ଙ୍କ ପାଇଁ ସରକାରୀ ଯୋଜନା ସାଫଲ୍ୟ ହେଉଥିବା ବେଳେ ଗରିବ ଭିନ୍ନକ୍ଷମ ନିରୀହ ଙ୍କ ଲାଗି ସରକାରୀ ଯୋଜନା ସାତସପନ ହୋଇ ପଡ଼ିଛି । ଯାହାକି ଆଜି ଜଣେ ଗରିବ ଲୋକ ଯୋଜନା ପାଇଁ ଚାହିଁ ଚାହିଁ ଚାଲିଗଲା ଜୀବନ । ବ୍ଲକ୍ ପ୍ରଶାସନ ର ଅବହେଳା ପାଇଁ ଆଜି ପିତାମ୍ବର ଆରପାରି କୁ ଚାଲିଗଲା ।

related posts

Leave a Comment