ଫୁଲବାଣୀ(ସୁନୀଲପଟନାୟକ): ଆଉ ମାସ କେଇଟା ଗଲେ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନରେ ବିଜେଡିଦଳ ଯେପରି ଭଲ କରିବ ଆଉ ଜିଲା ପରିଷଦ ଓ ପଞ୍ଚାୟତ ସମିତି ଯେପରି ଦଖଲ କରିବ ଦଳ ସେ ନେଇ
ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର ଓ ବାଲିଗୁଡ଼ା ବିଧାୟକଚକ୍ରମଣିକହଁର ଗୁରୁବାର ସର୍କଟ ହାଉସ ଠାରେ ଦୀର୍ଘ ସମୟଧରି କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।
ଗ୍ରାମାଞ୍ଚଳ କୁ ଯାଇ ଲୋକମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ଯଥା ସମ୍ଭବ ଲୋକଙ୍କ ସମସ୍ୟା ସମାଧାନ କରିବା ଦିଗରେ ଦୃଷ୍ଟିଦେବାକୁ କହିଥଲେ । ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ର ସୁଫଳ ସଂପର୍କରେ ଲୋକଙ୍କୁ ବୁଝାଇବା ସହ ସେମାନଙ୍କ ନିକଟତର ହେବା ଲାଗି ପରାମର୍ଶ ଦେଇଥିଲେ ବାଲିଗୁଡ଼ା ଓ ଫୁଲବାଣୀ ବିଧାୟକ ।
କର୍ମୀମାନେ ମଧ୍ୟ ବିଜୁ ଜନତା ଦଳ ଯେପରି ପଞ୍ଚାୟତ ନିର୍ବାଚନରେ କ୍ଷମତା ଦଖଲ କରିବ ସେଥିପାଇଁ ନିଷ୍ଠା ଓ ଆ ନ୍ତରୀକ ତାର ସହ ଉତ୍ସର୍ଗୀକୃତ ମନେ । ଭାବ ନେଇ କାର୍ଯ୍ୟ କରିବେ ବୋଲି ଦୃଢ ପ୍ରତିଶୃତି ଦେଇଥିଲେ।
ସେହିପରି କଂଗ୍ରେସ ଓ ବିଜେପି ଦଳ ମଧ୍ୟ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ବୈଠକମାନ କରି ଦଳକୁ ମଜବୁତ କରୁଥିବା କହିଛି ।
ବିଜେଡି କର୍ମୀଙ୍କ ସହ ଫୁଲବାଣୀ ଓ ବାଲିଗୁଡ଼ା ବିଧାୟକଙ୍କ ଆଲୋଚନା
Share with