Home Breaking News ସହର ଯୁବକଙ୍କୁ ଚାକିରୀ ଦାବିରେ ଭାଜପାର ରାୟଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସହର ଯୁବକଙ୍କୁ ଚାକିରୀ ଦାବିରେ ଭାଜପାର ରାୟଗଡ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

by Times One Odia
Share with
     
 
 
   

ରାୟଗଡ(ଧନେଶ୍ବର ରାଉତ): ଆଜି ରାୟଗଡା ନଗର ଭାଜପା ତରଫରୁ ଏକ ପ୍ରତିନିଧି ଦଳ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଜ଼ିଲ୍ଲାପାଳ ଙ୍କୁ ସାକ୍ଷାତ କରି ରାୟଗଡା ଜ଼ିଲ୍ଲା ରେ ଥିବା ସମସ୍ତ ୪ ଗୋଟି ଶିଳ୍ପନୁଷ୍ଠାନ ରେ ରାୟଗଡା ମୁନିସିପାଲିଟି ଅଧୀନରେ ରହୁଥିବା ଯୁବକ ମାନଙ୍କୁ ଚାକରି କ୍ଷେତ୍ରରେ 11% ସଂରକ୍ଷଣ ରଖିବାକୁ ଦାବି କରାଗଲା ତତ୍ସହିତ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ଜାଇ ଅଧୀକ୍ଷକଙ ଙ୍କ ଉଦେଶ୍ୟରେ ଅନ୍ୟ ଏକ ଦାବି ଦିଆଗଲା। ଏଠାରେ ଦାବିଥିଲା ରାୟଗଡା ସହରାଞ୍ଚଳ ରେ ଥିବା 3 ଟି ତନଖି ଫାଟକ ରେ ଗାଁ ମାନଙ୍କ ରୁ ଖୁଦ୍ର ବ୍ୟବସାୟୀ ମାନଙ୍କୁ ମାନସିକ ଏବଂ ପଇସା ଆକାରରେ ଶୋଷଣ କରାଯାଉଛି। ଜାହା ଗ୍ରାମବାସୀ ମାନେ ଜଣାଇଛନ୍ତି ତେଣୁ ଏହାକୁ ଆଖି ଆଗରେ ରଖି ଏହା ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଉ କୁହାଯାଇଛି। ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମହୋଦୋୟ କୌଣସି କାମରେ ଉପସ୍ଥିତ ନଥିବାରୁ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କୁ ଦାବିପତ୍ର ଦିଆଗଲା।ଦାବି ଉପସ୍ଥାପନା ସମୟରେ ଜ଼ିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା, ବିଦ୍ୟା ପଣ୍ଡା,T. ନାଗରାଜୂ,ପ୍ରଶାନ୍ତ ପଟ୍ଟନାୟକ, ଅଜୟ ଚୁଲେଟ, ଲକ୍ଷ୍ମୀ ବୁରୁଡି, ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ଗୋପାଳ ପାଢ଼ୀ, ସନ୍ତୋଷ ହିକକା, ନରେଶ ବିଡ଼ିକା,ପେଦିନା ମୁରଲୀ,ବିଦ୍ୟା ସାଗର ଏବଂ ଜଗଦୀଶ ସୁନାରି ପ୍ରମୁଖ ଉପସ୍ଥିତ ଥିଲେ ।

related posts

Leave a Comment