Home Breaking News / ତାଜା ଖବର ଉଦଘାଟନ ଅପେକ୍ଷାରେ ସ୍ମାର୍ଟ ବିଦ୍ୟାଳୟ

ଉଦଘାଟନ ଅପେକ୍ଷାରେ ସ୍ମାର୍ଟ ବିଦ୍ୟାଳୟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଇକିଆ(ରଜତ କୁମାର ନାୟକ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରାଜ୍ୟ ସରକାର ଭର୍ଚୁଆଲ ମାଧ୍ୟମରେ ରାଇକିଆ ବିଜୟ ଉଚ୍ଚ ବିଦ୍ୟାଳୟ “ସ୍ମାର୍ଟ ସ୍କୁଲ୍” ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏନେଇ ସ୍କୁଲ ରୁପାନ୍ତରିତ କାର୍ଯ୍ୟ ଦୃତ ଗତିରେ ଚାଲିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ୫ ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ବିଦ୍ୟାଳୟର ଭିତିଭୂମିକୁ ସଜାଡିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ ଭାବେ ସ୍ମାର୍ଟ ସ୍କୁଲର ଛାତ୍ର ଛାତ୍ରୀଙ୍କ ଉନ୍ନତ ମାନର ପାଠ୍ୟକ୍ରମ ନିମନ୍ତେ ଅତ୍ୟାଧୁନିକ କମ୍ପ୍ୟୁଟର ଲ୍ୟାବ ରୁମ୍, ଇ-ଲାଇବ୍ରେରୀ, ଏଲଇଡି ଟିଭି, ବିଶୁଦ୍ଧ ପାନୀୟ ଜଳ,ଡାଇନିଂ ହଲ୍, ଉଭୟ ଛାତ୍ର ଛାତ୍ରୀଙ୍କ ପାଇଁ ନୁତନ ଶୈଚାଳୟ ,ନୁତନ ଚେୟାର ଟେବୁଲ୍, ଖେଳ ପଡିଆ ପ୍ରଶସ୍ତି କରଣ ଓ ଗ୍ୟାଲେରୀ ନିର୍ମାଣ,ଏଲଇଡି ଲାଇଟ୍ ରେ ଆଲୋକି କରଣ, ସ୍କୁଲ୍ ପରିସର ଓ ପରିବେଶକୁ ସୁସ୍ଥ ବାତାବରଣ ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ କିସମର ଫୁଲ ବଗିଚା, ନୂତନ ଆକର୍ଷଣୀୟ ମୁଖ୍ୟ ଫାଟକ,ସ୍ବଛତା।ଏହା ବ୍ୟତିତ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ନିର୍ମିଣ ପାଇଁ ଆନୁମାନିକ ଏକ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡ଼ିଛି।
ଏହି ବିଦ୍ୟାଳୟରେ କୋ-ଏଜୁକେସନ୍ ରେ ପାଠ୍ୟକ୍ରମ ହେଉଥିବା ବେଳେ ୪୦୦ ରୁ ଉର୍ଦ୍ଧ୍ବ ଉଭୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡିଛି।୫ ଟି ଯୋଜନାରେ ଏହି ସ୍କୁଲ୍ ସାମିଲ୍ ହେବା ନେଇ ଜଣାପଡିବା ପରେ ଏହି ସ୍ମାର୍ଟ ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅଭିଭାବକ ମାନେ ମନ ବଳାଉଥିବା ବେଳେ ଛାତ୍ରଛାତ୍ରୀ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ଏଠାରେ ପାଠପଢିବା ପାଇଁ। ପୁର୍ବରୁ ଜିଲ୍ଲାପାଳ ଡ଼ ବୃନ୍ଦା ଡି ଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବ ରଞ୍ଜନ ନାୟକ ପ୍ରମୁଖ ନିର୍ମାଣ କାର୍ଯ୍ୟ ତଦାରଖ କରିଥିବା ବେଳେ ରାଇକିଆ ବ୍ଲକ୍ ବିଡ଼ିଓ ସ୍ମରଣିକା ଟୁଲୋ, ସହକାରୀ ଯନ୍ତ୍ରୀ ଏବଂ ସ୍କୁଲ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ମଣ୍ଡଳଙ୍କ ସହ ଅନ୍ୟ କର୍ମଚାରୀ ଉଭୟ ମିଳିତରେ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି। ସ୍ମାର୍ଟ ବିଦ୍ୟାଳୟ ଉଦ୍ଘାଟନ ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ୫ ଟି ର ଏକ ସ୍ଵତନ୍ତ୍ର ଟିମ୍ ଗସ୍ତରେ ଆସିବେ ବୋଲି ଜଣାଇଛି।

related posts

Leave a Comment