Home Breaking News / ତାଜା ଖବର ପିଅନ ପଡ଼ା ବନ୍ଧ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ କରି ସ୍ମାରକ ପତ୍ର

ପିଅନ ପଡ଼ା ବନ୍ଧ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ କରି ସ୍ମାରକ ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ (ସୁନୀଲ ପଟନାୟକ ): ଫୁଲବାଣୀ ସହର ରେ ଥିବା ବଡ ବନ୍ଧ କୁ ଉନ୍ନତି କରଣ କରିବା ସହ ପାର୍କ ନିର୍ମାଣ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବୁଧବାର ମିଳିତ ନାଗରିକ ମଂଚ ପକ୍ଷରୁ ଏକ ପ୍ରତିନଧି ଦଳ ତଦନ୍ତ ଦାବୀ କରି ଦୁର୍ନୀତି ନିବାରଣ ବିଭାଗ ଡି ଏସ ପି ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି l
ପ୍ରାୟ ଦୁଇ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ କ ରାଯାଉଥିବା କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ମଂଚ କର୍ମକର୍ତା ତଥା ଵି ଜେ ପି ନେତା କମଳା କାନ୍ତ ପାଣ୍ଡେ, ମଂଚ ସଭାପତି ଡ଼. ଅରୁପ ଜେନା, ଆବାହକ ଅଶୋକ ପରିଡା ପ୍ରମୁଖ ଅଭି ଯୋଗ କରିଛନ୍ତି l
ବନ୍ଧ ର ପଙ୍କ ଉଦ୍ଧାର କାର୍ଯ୍ୟ ହୋଇନଥିବା ବେଳେ ପଥର ପେ ଚିଙ୍ଗ କାମ ଓ ସିମେଣ୍ଟ ନାଳ କାମ ନିମ୍ନ ମାନର ହୋଇଥିବାରୁ ଗତ ଲଗାଣ ବର୍ଷା ରେ ଭୁ ଶୁ ଡି ପଡିଥିଲା ବୋଲି ନାଗରିକ ମଂଚ ଅଭିଯୋଗ କରିଛି l
ସୂଚନା ଯୋଗ୍ୟ ଯେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନିର୍ମାଣ କାମ କରାଯାଉଛି l ଏଣୁ ତଦାରଖ କରୁଥିବା ଯନ୍ତ୍ରୀ ଙ୍କୁ ସସ ପେଂଡ଼ କରିବା ସହ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ମଞ୍ଚ l
ତେବେ ଭିଜିଲାନ୍ସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା କଥା

related posts

Leave a Comment