Home Breaking News / ତାଜା ଖବର ଫୁଲବାଣୀ ବନବିଭାଗ ରେଞ୍ଜର ପକ୍ଷରୁ ବାଉଁଶ ଜଙ୍ଗଲ ସୃଷ୍ଟି

ଫୁଲବାଣୀ ବନବିଭାଗ ରେଞ୍ଜର ପକ୍ଷରୁ ବାଉଁଶ ଜଙ୍ଗଲ ସୃଷ୍ଟି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): ଗ୍ଳୋବାଲ ୱ।ର୍ମିଙ୍ଗକୁ ଦୃଷ୍ଟିରେ ରଖି ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ସଚେତନତା ଓ ନୂତନ ଜଙ୍ଗଲ ସୃଷ୍ଟି କରିବା ଉପରେ ଫୁଲବାଣୀ ବନ ବିଭାଗ
ବେଶ୍ ଗୁରୁତ୍ଵ ଦେଉଛି । କେବଳ ସେତିକି ନୁହେଁ ଅଞ୍ଚଳର ଲୋକମାନଙ୍କ ଆବଶ୍ୟକ ମେଣ୍ଟାଇବା ଓ ଆର୍ଥିକ ଉନ୍ନତି ପାଇଁ ବ୍ୟାପକ ଅଞ୍ଚଳରେ ବାଉଁଶ ଗଛ ଲଗାଇବା ସହ ବାଉଁଶ ବୂଦା ଗୁଡିକର ମଧ୍ୟ ଯତ୍ନ ନେବା ସହ ରକ୍ଷଣାବେକ୍ଷଣ କରିବା ଉପରେ ମଧ୍ୟ ଗୁରୁତ୍ଵ ଦେଉଛି ବନ ବିଭାଗ । ଫୁଲ ବାଣୀବନବିଭାଗ 6ରଂଜଅଧିନ ଖଜୁରୀପଡ଼ା ନିକଟ ଦୁତିମେଣ୍ଡି ସଂରକ୍ଷିତ ଜଙ୍ଗଲ ର ପିଣ୍ଡା ବାଡି ଗ୍ରାମରେ କାମ୍ପାଯୋଜନାରେ ୨୦ ୨୧/୨୨ବର୍ଷ ରେ ୧୦ ହେକ୍ଟର ବା ୨୫ ଏକର ବ୍ୟାପି ଅଞ୍ଚଳରେ ବାଉଁଶ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ କରୁଛି । ପ୍ରାୟ ହଜାର ବାଉଁଶ ଚାରା ଲଗାଯାଇ ବାଉଁଶ ଜଙ୍ଗଲ ସୃଷ୍ଟି କରାଯାଉଥିବା କଥା ଫୁଲବାଣୀରେ ଜଂର ସଚ୍ଚିଦାନନ୍ଦସେଠି କହିଛନ୍ତି ।
ଏହ।ଦ୍ଵାରା ଆଗାମୀ କିଛି ବର୍ଷ ପରେ ଗ୍ରାମର ଲୋକେ ନିଜର ଆବଶ୍ୟକ ପାଇଁ ବାଉଁଶ ବ୍ୟବହାର କରିବା ସହ ବିକ୍ରି ମଧ୍ୟ କରି ପାରିବେ ।
ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ଆରସିସିଏଫ.ପ୍ରଶାନ୍ତ ମିଶ୍ର ଫୁଲବାଣୀ ଡିଏଫ ଓ ଲକ୍ଷ୍ମୀନାରାୟଣ ବେହେରା, ଏସିଏଫ, ରେଜଂର ପ୍ରମୁଖ ବୁଲି ଦେଖି ସନ୍ତେ।ଷବ୍ୟକ୍ତ କରିଛନ୍ତି ।
ସେହିପରି ଫୁଲବାଣୀ 6ରଂଜ ପକ୍ଷରୁ ଚଳିତବର୍ଷ ବିଭିନ୍ନ ସ୍ଥାନରେ ମେଗା ବୃକ୍ଷ ରୋପଣ କରାଯିବା ସହ ସଚେତନତା ମଧ୍ୟ କରାଯାଉଛି । ସେହିପରି ରାସ୍ତାର ଦୁଇପାର୍ଶ୍ଵରେ ବୃକ୍ଷରୋପଣ କରାଯାଇ ସୌନ୍ଦର୍ଯ୍ୟ ବୁର୍ଦ୍ଧି କରାଯାଉଛି ।
ତେବେ କେତେକ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟରେ ଦୁର୍ନିତୀ ଓ ଅନିୟମିତତା ହେଉଥିବା ଅଭିଯୋଗକୁ ରେ ଜଂର ସେଠି ଖଣ୍ଡନ କରିବା ସହ ସମସ୍ତ କାର୍ଯ୍ୟରେ ସ୍ଵଛ ତା ଅବଲମ୍ବନ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରାଯାଉଥିବା କହିଛନ୍ତି।

related posts

Leave a Comment