Home Breaking News / ତାଜା ଖବର ଉକୁମ୍ବା ଅଂଚଳରୁ ବେଆଇନ ବନ୍ଧୁକ ନିର୍ମାଣ କାରଖାନା ଠାବ ବହୁ ମାରଣାସ୍ତ୍ର ଜବତ: ୩ ଗିରଫ

ଉକୁମ୍ବା ଅଂଚଳରୁ ବେଆଇନ ବନ୍ଧୁକ ନିର୍ମାଣ କାରଖାନା ଠାବ ବହୁ ମାରଣାସ୍ତ୍ର ଜବତ: ୩ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ-୨୨/୦୯-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଉପଖଣ୍ଡ ଗୁଣୁପୁର ବ୍ଲକ ଅନ୍ତର୍ଗତ ଉକୁମ୍ବା ଗ୍ରାମରୁ ଏକ ବେଆଇନ ବନ୍ଧୁକ ନିର୍ମାଣ ଫେକ୍ଟରି ଗୁଣୁପୁର ଦ୍ୱାରା ଠାବ ହେଇଚି। ଗତ କାଲି ଗୁଣୁପୁର ପୋଲିଶ ବୁସ୍ଵସ୍ଥ ସୂତ୍ରରୁ ଖବର ପାଇ ଉକୁମ୍ବା ଅଂଚଳ କୁ ପାଟ୍ରୋଲିଂ କରିବାକୁ ଯାଇଥିଲେ ସେଠାରେ ଅନେକ ମାରଣାସ୍ତ୍ର ଜବତ ହେଇଛି ଯାହାର ତାଲିକା ନିମ୍ନରେ ଦିଆଯାଇଛି। ଏହି କାମ କରୁଥିବା ବେଳେ ଅତର୍କିତ ଭାବେ ଚଢ଼ାଉ କରିବା ବେଳେ ୩ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହେଇଛନ୍ତି। ଜବତ ବନ୍ଧୁକ ମାନଙ୍କ ମଧ୍ୟରେ ୨ ଗୋଟି ପିସ୍ତଲ,୧ ହାତ ତିଆରି ବନ୍ଧୁକ,୧ ସିଙ୍ଗଲ ବେରେଲ ରାଇଫଲ,୨ ରାଇଫଲ କାଠ ଖୁନ୍ଦା,୫ ଲୁହା ଚିପିସ, ୪ ଟା ଲୁହା ବେରେଲ, ୧ ଡ୍ରିଲ ମେସିନ,କଟିଙ୍ଗ ମେସିନ ଜବତ କରିଛି। ଏହି ଗିରଫଦାରୀ ଦେଖି କି ଅଂଚଳରେ ଭୟର ବାତାବରଣ ସୃଷ୍ଟି ହେଇଛି। ଏହି ବନ୍ଧୁକ କାରଖାନା କାହା ନିର୍ଦେଶରେ ଚାଲିଥିଲା କିଏ ଏହାର ମାଷ୍ଟର ମାଇଣ୍ଡ ତାହା ପୋଲିସ ତଦନ୍ତ କରୁଛି ବୋଲିକହିଛି।

related posts

Leave a Comment