Home Breaking News / ତାଜା ଖବର ସନ୍ଦେହ ଜନକ ଭାବେ ବଡ଼ ଡେଙ୍ଗିଲିଲି ଗ୍ରାମରେ ଯୁବକଙ୍କ ମୃତ୍ୟ , ପୋଲିସର ତଦନ୍ତ ଜାରୀ

ସନ୍ଦେହ ଜନକ ଭାବେ ବଡ଼ ଡେଙ୍ଗିଲିଲି ଗ୍ରାମରେ ଯୁବକଙ୍କ ମୃତ୍ୟ , ପୋଲିସର ତଦନ୍ତ ଜାରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଅଧିନସ୍ତ ବଡ଼ ଡେଙ୍ଗିଲିଲି ଗ୍ରାମରେ ଜଣକର ମୃତ୍ୟ ହୋଇଥିବାର ଦେଖିବାକୁ ମିଳିଛି ସୂଚନା ଅନୁସାରେ ସୋମବାର ଦିନ ବାଘ ଉଲୁକା ନିଜ ଘରୁ ଟାଙ୍ଗିଆ, ଦାଆ ,ଡେକିଚି ଧରି ମାଂସ ରୋଷେଇ କରି ଖାଇବାକୁ କୌଣସି ଜାଗାକୁ ଦିନବେଳେ ଯାଇଥିଲେ ସନ୍ଧ୍ୟା ୪ଟା ହୋଇଗଲା ପରେ ବି ବାଘ ଉଲୁକା ଘର କୁ ଫେରି ନ ଥିବା ବିଷୟରେ ଜାଣି ପରିବାର ଲୋକ କୁଆଡେ ଗଲା ବୋଲି ଅନେକ ଜାଗାରେ ଖୋଜାଖୋଜି କରି ଶେଷରେ ନାଳକୁ ଯାଇଥିଲେ । ନିକଟସ୍ତ ନାଳରେ ଉଲୁକା ବାଘ୍ ଙ୍କର କ୍ଷତବିକ୍ଷତ ଶରୀର ପଡିଯାଇଥିବା ଦେଖି ତାକୁ ସେଠାରୁ ଉଠାଇ ଆଣି ନିଜ ଘରକୁ ଆଣି ଥିଲେ । ବାଘ ଙ୍କର ମୁଣ୍ଡରେ ଓ କାନପଟରେ ଗଭୀର ମାଡ ହୋଇଥିବା ଦେଖି କିଏ ହତ୍ୟା କରିଥିବା ସନ୍ଧେହ କରିଥିଲେ । ସୋମବାର ରାତ୍ର ହୋଇଥିବାରୁ ଆଜି ମଙ୍ଗଳବାର ସକାଳୁ ଗ୍ରାମର କିଛିଲୋକ ଓ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ କଲ୍ୟାଣସିଂହପୁର ପୋଲିସ ବଡ଼ଡେଙ୍ଗିଲେଲି ଗ୍ରାମକୁ ଆସି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ପୋଲିସ ର ତନାଘନା ଜାରି ରହିଛି। ପୋଲିସ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି ତାଙ୍କ ସମ୍ପର୍କୀୟ ସାଙ୍ଗ ଶତ୍ରୁ ମିତ୍ରଙ୍କୁ ନେଇ ତଦନ୍ତ ଜାରି ରହିଛି।

related posts

Leave a Comment