Home Breaking News / ତାଜା ଖବର ବେଆଇନ ବନ୍ଧୁକ କାରଖାନା ଠାବ, ଦେଶୀ ବନ୍ଧୁକ ଜବତ

ବେଆଇନ ବନ୍ଧୁକ କାରଖାନା ଠାବ, ଦେଶୀ ବନ୍ଧୁକ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ) ରାୟଗଡା ଜିଲ୍ଲାଗୁଣୁପୁର ପୋଲିସ କୈଣସି ସୁତ୍ରରୁ ଖବର ପାଇକନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ବେଆଇନ ଦେଶୀ ବନ୍ଧୁକ କାରଖାନା ଉପରେ ଚଢାଉ କରି ଭାବଗ୍ରାହୀ ବିନ୍ଧାଣୀ ଓ ତ୍ରିନାଥ ବିନ୍ଧାଣୀଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖର ୨ଟି ବନ୍ଧୁକ ଗୋଟିଏ ପିସ୍ତଲ, ରିଭଲବର ଆଦି ଜବତ କରିଥିବା ନେଇ ଜିଉଦୟଗିରି ଏସଡିପି ଓ ତିରୁପତିରା ଓ ପଟନାୟକ କହିଛନ୍ତି ।
ସୁଚନାଯୋଗ୍ୟଯେ ଗୁଣପୁର ପୋଲିସ ଗୁଣପୁର ଥାନା ଅନ୍ତର୍ଗତ ଉ କୁମ୍ବା ଗ୍ରାମର ଦେବ ବୁର୍ଲଭ ମହାପାତ୍ରଙ୍କ ଘରଉପରେ ଚଢାଉ କରିଥିଲା। ଦେବଦୁର୍ଲଭଙ୍କ ଘରୁ ଗୋଟିଏ ରାଇଫଲ, ଗୋଟିଏ ଦେଶୀ ବନ୍ଧୁକ, ୩ଟି ଗୁଳି ଜବତ କରିଥିଲା।ପଚାର ଉଚରାବେଳେ ଦେବବୁର୍ଲର ଚକାପାଦ ଅଞ୍ଚଳର ଭାବ ଗ୍ରାହୀ ବିନ୍ଧାଣୀ ଓ ତ୍ରିନାଥ ବିନ୍ଧାଣୀଙ୍କଠାରୁ ଏ ସବୁ କିଣିଥିବା କହିଥିଲା। ଫଳରେ ଗୁଣପୁର ପୋଲିସ ମଙ୍ଗଳବାର କନ୍ଧମାଳ ଜିଲାର ଚକାପାଦ ଆସି. . . ଏହି ଦୁଇ ଅର୍ଭିଯୁକ୍ତଙ୍କୁ ଗିରଫ କରିଥିଲା।
ତେବେ ବନ୍ଧୁକ କ।ରଖାନା ସଂପର୍କରେ ଚକାପାଦ ପୋଲିସ କିଭଳି ଜାଣିପାରିନ ଥିଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ଚକାପାଦ ଥାନା ଅଞ୍ଚଳରେ ଅନେକ ଦେଶୀ ବନ୍ଧୁକ କାରଖାନା ଲୁକ୍କାୟୀତ ଭାବେ ଚାଲିଥିବା ଶୁଣିବାକୁ ମିଳୁଛି । ପୋଲିସ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବୀ ହେଉଛି ।

related posts

Leave a Comment