Home Breaking News / ତାଜା ଖବର ୮ରୁ ୧୨ ବର୍ଷରୁ ପିଲମାନେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରୁଥିବାର ଦୃଶ୍ୟ ଦେଖିବା ମିଳିଛି

୮ରୁ ୧୨ ବର୍ଷରୁ ପିଲମାନେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରୁଥିବାର ଦୃଶ୍ୟ ଦେଖିବା ମିଳିଛି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ଧିରେ ଧିରେ ବିକାଶ ଛୁଇଁ ଥିବା ବେଳେ ରାସ୍ତା,ପାନୀୟ ଜଳ ସାଙ୍ଗକୁ ମୋବାଇଲ ନେଟଵର୍କ ମଧ୍ୟ ପହଞ୍ଚିବାରେ ଲାଗିଛି।ତେବେ ସ୍ବାଭିମାନ ଅଂଚଳରେ ନିର୍ମାଣ ହୋଇଥିବା ନୂତନ ରାସ୍ତାରେ କିଛି ୮ରୁ ୧୨ ବର୍ଷରୁ ପିଲମାନେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଯାହାକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଅଟେ।
ଯେଉଁ ବୟସରେ ପିଲାମାନେ କଲମ ଧରିବା କଥା ସେହି ବୟସରେ ଘୋଡା ଚଢି ଜଣେ ଦକ୍ଷ ଚଢାଳି ଭଳି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ନିର୍ଦେଶ ଦେଇ ଦୌଡୁଥିବା ଦୃଶ୍ୟ ଚକିତ କରିଛି।ପ୍ରାୟ ୧୦ ରୁ ୧୨ ଜଣ ପିଲା ଏକ ସାଂଗରେ ଘୋଡାରେ ବସି ଦୌଡ ପ୍ରତିଯୋଗିତା କରିବାର ଏକ ଭିଡିଓ ଏବେ ଭାଇରାଲ ହୋଇଛି।ଯାହାକି ଲୋକଙ୍କୁ ଆକୃଷ୍ଟ କରିବା ସହ ଆଦିବାସୀ ପିଲାଙ୍କ ଏଭଳି ଦକ୍ଷତାକୁ ପ୍ରଶଂସା କରି ଥକି ପଡୁଛନ୍ତି।ଦିନ ଥିଲା ଏହି ଘୋଡା କେବଳ ଗୋଟିଏ ଗ୍ରାମରୁ ଅନ୍ୟ ଗ୍ରାମକୁ ଏବଂ ପଡୋଶୀ ରାଜ୍ୟକୁ ଯିବା ଆସିବାର ମାଧ୍ୟମ ଥିଲା।ବିଛିନ୍ନାଞ୍ଚଳରେ ନା ରାସ୍ତା ଥିଲା ନା ମଟର ଗାଡି ଥିଲା।ଲୋକେ ଏହି ଘୋଡା ବିଠିରେ ନିଜର ଅତ୍ୟାବଶକୀୟ ଜିନିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବାରେ କାମରେ ଲଗାଉଥିଲେ।
୨୦୧୮ ମସିହା ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳ ସ୍ବାଭିମାନ ଅଂଚଳରେ ପରିଣତ ହେବା ସହ ବିକାଶ ଧାରା ଜାରି ରହିଛି।ଏବେ ଗାଁ ଗାଁକୁ ରାସ୍ତା ତିଆରି ଚାଲିଛି।ଲୋକେ ଆଉ ଘୋଡା ବ୍ୟବହାର କମ୍ କରୁଛନ୍ତି।ଏବେ ମଟର ସାଇକେଲ କିମ୍ବା ଚାରିଚକିଆ ଯାନରେ ହିଁ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।ବିଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ ଥିବା ବେଳେ ଏଠାରେ ସେମାନଙ୍କର ନିୟମ କାନୁନ ଚାଲୁଥିଲା
।ପିଲାମାନେ ପାଠ ପଢାରୁ ବଂଚିତ ହେଉଥିଲେ।ଏବେ କିନ୍ତୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ମୋବାଇଲ ଟାଵାର ମଧ୍ୟ ବସାଇବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।ସ୍କୁଲ ଖୋଲିନଥିବାରୁ ପିଲାମାନେ ନିଜର ଆନନ୍ଦ ପାଇଁ ଘୋଡାକୁ ଖେଳନା ସଦୃଶ୍ୟ ବନାଇ ଦେଇଥିବା ଦେଖିବାକୁ ମିଳିଛି।ବଡ ବଡ ସହରେ ଘୋଡା ଦୌଡରେ ମଧ୍ୟ ଏଭଳି ଦକ୍ଷ ଘୋଡା ଚଢାଳି ଦେଖିବାକୁ ମିଳିବେ ନାହିଁ।ଯେପରି ଏହି ପିଲାମାନେ ଘୋଡାରେ ବସି ଦୌଡିବା ଶିଖିଛନ୍ତି।ଏମାନେ କୌଣସି ତାଲିମ ନେଇନାହାନ୍ତି।କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିକ୍ଷାଲାଭ କରିଛନ୍ତି।ସ୍ବାଭଇମାନ ଅଂଚଳର ପକ୍କା ରାସ୍ତାରେ ପିଲାମାନେ ନିଜ ନିଜ ଘୋଡାରେ ଏବେ ସ୍କୁଲ ଯିବାକୁ ପସନ୍ଦ କରୁଥିବା କହନ୍ତି।
ସ୍କୁଲଗୁଡିକ ପ୍ରାୟ ଦୁଇ ତିନି କିଲୋମିଟର ଦୁରରେ ରହିଥିବାରୁ ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଘୋଡା ଦେବାରେ କୁଣ୍ଠାବୋଧ କରୁନାହାନ୍ତି।ସ୍ବାଭିମାନ ଅଂଚଳର ପ୍ରାୟ ସବୁ ଗାଁରେ ଘୋଡା ରହିଛି।ଯାହାର ଘୋଡା ନାହିଁ ସେ ଘୋଡାକୁ ଭଡା ସୂତ୍ରରେ ନେଉଥିବା ଦେଖିବାକୁ ମିଳିଛି।ପିଲାଙ୍କୁ ଯଦି ଏବେ ଠାରୁ ଘୋଡା ଦୌଡ ପ୍ରତିଯୋଗିତା ପାଇଁ ଶିକ୍ଷା ଦିଆଯାଏ ତେବେ ଏମାନେ ଜଣେ ଜଣେ ଦକ୍ଷ ଖେଳାଳୀ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

related posts

Leave a Comment