Home Breaking News / ତାଜା ଖବର ଟୀକାକରଣରେ ଅବ୍ୟବସ୍ଥା: ଟୀକାକରଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ

ଟୀକାକରଣରେ ଅବ୍ୟବସ୍ଥା: ଟୀକାକରଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଗୋପ କରୋନା ନିରାକରଣ ପାଇଁ ସରକାର ଙ୍କ ତରଫରୁ ମାଗଣା ଟୀକା କରଣ କରାଯାଉଛି. କେନ୍ଦ୍ର ସରକାର ଙ୍କ ଦ୍ୱାରା କରୋନା ଟୀକାକରଣ ସମଗ୍ର ଭାରତ ବର୍ଷ ରେ ନୀରବିଛୀର୍ନ ଭାବେ ଚାଲିଛି. କିନ୍ତୁ ସ୍ଥାନୀୟ ପ୍ରଶାସନ ର ଅପାରଗତା ଯୋଗୁଁ ଗୋପ ଟିକାକରଣ କେନ୍ଦ୍ର ରେ ବ୍ୟାପକ ଅବ୍ୟବସ୍ଥା ଦେଖି ବାକୁ ମିଳୁଛି. ଏଠି ପ୍ରଶାସନ ତରଫରୁ ନା ଅଛି ବ୍ୟାରିକେଟ ର ବ୍ୟବସ୍ଥା ନା ଆବଶ୍ୟକ ପୋଲିସ ବ୍ୟବସ୍ଥା. ଏଠି ସହସ୍ର ଲୋକ ଙ୍କୁ ମାତ୍ର କେଇଜଣ ହାତଗଣତି ପୋଲିସ କର୍ମଚାରୀ ଦେଖିବାକୁ ମିଳୁଛନ୍ତି, ନା କେହି ମାସ୍କ ପିନ୍ଧିଥିବା ନଜରକୁ ଆସୁଛନ୍ତି. ଟୀକା ନେବା ପାଇଁ ଗୋପ ଓ ଏହାର ଆଖ ପାଖ ପଂଚାୟତ ରୁ ଶତାଧିକ ଲୋକ ଭୋର 5 ଟାରୁ ଲାଇନ ରେ ଛିଡ଼ାହୋଇ ବିନା ଟୀକା ରେ ନିରାଶ ହୋଇ ଫେରୁଛନ୍ତି. ଅଫ ଲାଇନ ଟିକକରଣ ଯୋଗୁଁ ଅଧିକା ସମସ୍ୟା ହେଉଛି, ଯଦି ଏହା ଟୋକନ ମାଧ୍ୟମରେ ହୁଅନ୍ତା ତେବେ ଏହି ଭିଡକୁ ନିୟନ୍ତ୍ରଣ କରାଯାଇ ପାରନ୍ତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି. ଗୋଟିଏ ଦିନରେ 18 ବର୍ଷ ରୁ ଉର୍ଦ୍ଧ ସହିତ 45 ବର୍ଷ ରୁ ଉର୍ଦ୍ଧ ଟିକା କରଣ ଯୋଗୁଁ ଅଧିକା ସମସ୍ୟା ସୃଷ୍ଟି ହେଉଛି. ସାମାଜିକ ଦୂରତା ନା ମାସ୍କ ନା ସଠିକ ବ୍ୟବସ୍ଥା ନା ସ୍ଥାନୀୟ ପୋଲିସ ଯାହା ଜଣା ପଡୁଛି କରୋନା ମୁକ୍ତ ପରିବର୍ତ୍ତେ କରୋନା ଯୁକ୍ତ ହେବ. ଆଉ ଖୁବ କମ ସମୟ ମଧ୍ୟରେ ସମଗ୍ର ଅଞ୍ଚଳ ସଂକ୍ରମିତ ହୋଇଯିବ. ଯଥା ଶୀଘ୍ର ଏହାର ସୁ ବ୍ୟବସ୍ଥା କରିବା ପାଇଁ ଜନ ସାଧାରଣ ରେ ଦାବି ହେଉଛି.

related posts

Leave a Comment