Home Breaking News / ତାଜା ଖବର ପୁରୀରୁ ଫୁଲବାଣୀରେ ଆସି ପହଞ୍ଚିଲା ତାଳଧ୍ବଜ ରଥ ଚକ

ପୁରୀରୁ ଫୁଲବାଣୀରେ ଆସି ପହଞ୍ଚିଲା ତାଳଧ୍ବଜ ରଥ ଚକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ର ଜଗନ୍ନାଥ ମନ୍ଦିର କମିଟି ବହୁଦିନ ଧରି ପୁରୀ ରେ ହୋଇଥିବା ମହାପ୍ରଭୁ ଙ୍କ ରଥ ଯାତ୍ରା ରେ ନିର୍ମିତ ହୋଇଥିବା ରଥ ର ଚକ କନ୍ଧମାଳ ଜିଲ୍ଲା କୁ ଆଣି ଫୁଲବାଣୀ ର ଜଗନ୍ନାଥ ମନ୍ଦିର ରେ ରଖିବା ପାଇଁଆଗ୍ରହ ପ୍ରକାଶ କରିଥିଲେ ଫଳରେ ଭକ୍ତଓ ଜଗନ୍ନାଥ ପ୍ରେମୀ ମାନେ ମାନେ ଦର୍ଶନ କରିପାରିବେ l ତାହା ଆଜି ତାହା ପୂରଣ ହୋଇଛି l ଫୁଲବାଣୀ ର ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଓଡ଼ିଶା ର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କୁ ଅନୁରୋଧ କରlଯାଇଥିଲା l ଏବଂ ପୁରୀ ଶ୍ରୀମନ୍ଦିର କୁ ମଧ୍ୟ ଲିଖିତ ଆକାରରେ ଅନୁରୋଧ କରିଥିଲା କମିଟି l
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଙ୍କ ଦେଇଥିବା ପ୍ରତିଶ୍ରୁତି ଓ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ବିଚlର କ୍ରମେ ଫୁଲବାଣୀ ଜଗନ୍ନାଥ ମନ୍ଦିର କୁ ଏକ ରଥ ଚକ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା l ପୁରୀରୁ ଫୁଲବାଣୀ ଜଗନ୍ନାଥ କମିଟିର ସଭାପତି ଙ୍କୁ ଜଣଇ ବା ପରେ ଫୁଲବାଣୀର କମିଟି ତରଫରୁ ଗତକାଲି ପୁରୀ ଯାଇ ବିନା ମୂଲ୍ୟରେ ବଳଭଦ୍ର ଙ୍କ ତାଳଧ୍ବଜ ରଥ ର ଚକ କୁ ଆଣିଥିଲେ ବୋଲି କମିଟି ସଭାପତି ସୁନାସିର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା କହିଛନ୍ତି l ଏହି ଚକ ଆଜି ମଙ୍ଗଳବାର ଅପରାହ୍ନ ଚାରିଟା ରେ ପହଁଞ୍ଚିବା ପରେ ଫୁଲବାଣୀ ର F. C. I ଛକ ଠରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କୀର୍ତ୍ତନ ସହ ଶୋଭାଯାତ୍ରା କରି ଭକ୍ତମାନେ ନେଇଥିଲେ l ଏହି ରଥ ଚକ ଫୁଲବାଣୀ ରେ ପହଁଚି ବା ପରେ ଏକ ଆଧ୍ୟାତ୍ମିକ ପରିବେଶ ସ୍ରୁଷ୍ଟି ହୋଇଥିଲା

related posts

Leave a Comment